ଡିଜିପି ଭାବେ କେ.ବି ସିଂହଙ୍କ ନିଯୁକ୍ତି ଅସଙ୍ଗତ ଓ ବେଆଇନ: ବିଜୟ ମହାପାତ୍ର

ଭୁବନେଶ୍ୱର: ନୂଆ ପୋଲିସ୍ ଡିଜି କେ.ବି ସିଂହ ଭିଜିଲାନ୍ସ ନିର୍ଦ୍ଦେଶକ ଥିବା ବେଳେ ଏକ ମାମଲାରେ ହାଇକୋର୍ଟ ତାଙ୍କ ନିରପେକ୍ଷତା ଉପରେ ଅଙ୍ଗୁଳି ଉଠାଇଥିଲେ। ତେଣୁ ପୋଲିସ୍ ଡିଜି ଭାବେ ତାଙ୍କ ନିଯୁକ୍ତି ଅସଙ୍ଗତ ଓ ବେଆଇନ୍। ଶନିବାର ଏ କଥା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏଥିସହ ତାଙ୍କ ନିଯୁକ୍ତିର ପୁନଃସମୀକ୍ଷା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେ.ବି ସିଂହଙ୍କ ନୂଆ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି […]

bijaymohapatra

bijaymohapatra

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 04:24 PM IST

ଭୁବନେଶ୍ୱର: ନୂଆ ପୋଲିସ୍ ଡିଜି କେ.ବି ସିଂହ ଭିଜିଲାନ୍ସ ନିର୍ଦ୍ଦେଶକ ଥିବା ବେଳେ ଏକ ମାମଲାରେ ହାଇକୋର୍ଟ ତାଙ୍କ ନିରପେକ୍ଷତା ଉପରେ ଅଙ୍ଗୁଳି ଉଠାଇଥିଲେ। ତେଣୁ ପୋଲିସ୍ ଡିଜି ଭାବେ ତାଙ୍କ ନିଯୁକ୍ତି ଅସଙ୍ଗତ ଓ ବେଆଇନ୍। ଶନିବାର ଏ କଥା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏଥିସହ ତାଙ୍କ ନିଯୁକ୍ତିର ପୁନଃସମୀକ୍ଷା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେ.ବି ସିଂହଙ୍କ ନୂଆ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ରାଜ୍ୟର ପୋଲିସ୍ ଡିଜି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ନେଇ ତରବରିଆ ଭାବେ ନିଷ୍ପତ୍ତି ନିଆଯାଇଛି। ଫଳରେ ଏ ନିଯୁକ୍ତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୦୫ରେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟ ଏକ ରାୟ ଦେଇ କହିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ପଦପଦବୀଗୁଡ଼ିକରେ ନିଯୁକ୍ତି ବେଳେ ସ୍ୱଚ୍ଛତା ଅବଲମ୍ବନ କରାଯିବା ଦରକାର। କିନ୍ତୁ ନୂଆ ପୋଲିସ୍ ଡିଜି ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରି ନ ଥିବା ତାଙ୍କର ମନେ ହେଉଛି ବୋଲି କହିଛନ୍ତି ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୂରାପୂରି ଉଲ୍ଲଘଂନ କରିଛନ୍ତି।

ବିଜୟ ମହାପାତ୍ର କହିଛନ୍ତି, ଡିଜିପି ହେବା ପାଇଁ ବହୁ ଓଡ଼ିଆ ଦକ୍ଷ ଅଫିସର ଅଛନ୍ତି। ସେମାନେ ଉଭୟ ଦକ୍ଷ ଓ ସଚ୍ଚୋଟ। ସେମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇ ପାରି ଥାଆନ୍ତା। କିନ୍ତୁ ମୁଖ୍ୟମନ୍ତ୍ରୀ ତାହା କଲେ ନାହିଁ। ଓଲଟି ଏଭଳି ଜଣେ ବ୍ୟକ୍ତିଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଲେ ଯାହାଙ୍କ ନାଁରେ ସବୁଠାରୁ ଅଧିକ ଅଭିଯୋଗ ରହିଛି। ପୁର୍ବତନ ଡିଜିପି ତଥା ବର୍ତ୍ତମାନର ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ରଙ୍କ ନାଁ ନନେଇ ସେ କହିଥିଲେ ଯେ ଏକ ମାମଲାରେ ତତକାଳୀନ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଏବର ଡିଜିପି କେ.ବି ସିଂହଙ୍କୁ ହାଇକୋର୍ଟ ଭର୍ତ୍ସନା କରିଥିଲେ। ସେ ନିରପେକ୍ଷ ନୁହନ୍ତି। ନିରପେକ୍ଷ ନୁହନ୍ତି ବୋଲି ତ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ। ଏଭଳି ଜଣେ ବ୍ୟକ୍ତିଙ୍କୁ ଡିଜିପି ଭଳି ପଦବୀରେ ନିଯୁକ୍ତ କରିବା ପୋଲିସର ମନୋବଳକୁ ନିଶ୍ଚିତ ଭାବେ ହ୍ରାସ କରିବ।

ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଡିଜିପି ହେଉଛି ଏକ ଅନୁଷ୍ଠାନ। ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନ୍ୟ କର୍ମଚାରୀଙ୍କ ଭଳି ନିଯୁକ୍ତି ଦେବା ଠିକ୍ ନୁହେଁ। ଏଣୁ ମୁଖ୍ୟମନ୍ତ୍ରୀ କେ.ବି ସିଂହଙ୍କ ନିଯୁକ୍ତି ଉପରେ ନିଶ୍ଚିତ ଭାବେ ସମୀକ୍ଷା କରିବା ଉଚିତ୍।

ଅନ୍ୟପକ୍ଷରେ ଶାସକ ବିଜେଡି କହିଛି ଯେ ବିଜୟଙ୍କ ଅଭିଯୋଗ ଠିକ୍ ନୁହେଁ। ଦଳର ମୁଖପାତ୍ର ସମୀର ଦାଶ କହିଛନ୍ତି ଯେ ପୋଲିସ୍ ଡିଜି ପଦବୀରେ ଜଣେ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଅଧିକାର ରହିଛି। ବରିଷ୍ଠତା ଓ ଦକ୍ଷତା ଭିତ୍ତିରେ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତି କରିପାରିବେ। ମୁଖ୍ୟମନ୍ତ୍ରୀ ଏକକ ଭାବେ ଡିଜିପି ନିଯୁକ୍ତି ନେଇ ନିଷ୍ପତ୍ତି ନେଇଥିବା ନେଇ ହେଉଥିବା ଅଭିଯୋଗ ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କ ମନ୍ତ୍ରିମଣ୍ଡଳର ମୁଖ୍ୟ। ମନ୍ତ୍ରିମଣ୍ଡଳର ପରାମର୍ଶ ଅନୁଯାୟୀ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ନୂଆ ଡିଜିପି ଭାବେ କେ.ବି ସିଂହଙ୍କ ନିଯୁକ୍ତି ଆଦୌ ଅସଙ୍ଗତ ଓ ବେଆଇନ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story