ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତିକୁ ଚାଷୀଙ୍କ ନାପସନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତିର କିଛି ବ୍ୟବସ୍ଥାକୁ ଚାଷୀ ନାପସନ୍ଦ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଓ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ହ୍ରାସ କରାଯାଇଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ହେକ୍ଟର ପିଛା ଧାନ ସଂଗ୍ରହ ପରିମାଣ ଚାଷୀଙ୍କ ଦାବି ମୁତାବକ ହୋଇ ନ ଥିବାରୁ ଅଭାବୀ ବିକ୍ରି ସମସ୍ୟା ଦେଖା ଦେବ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି। ଧାନ ସଂଗ୍ରହ ନୀତିରେ କ୍ୟାବିନେଟ୍‌ ମୋହର ବାଜିବା […]

mandi

mandi

Rakesh Mallick
  • Published: Friday, 07 October 2016
  • Updated: 07 October 2016, 10:25 PM IST

Sports

Latest News

mandiଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତିର କିଛି ବ୍ୟବସ୍ଥାକୁ ଚାଷୀ ନାପସନ୍ଦ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଓ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ହ୍ରାସ କରାଯାଇଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ହେକ୍ଟର ପିଛା ଧାନ ସଂଗ୍ରହ ପରିମାଣ ଚାଷୀଙ୍କ ଦାବି ମୁତାବକ ହୋଇ ନ ଥିବାରୁ ଅଭାବୀ ବିକ୍ରି ସମସ୍ୟା ଦେଖା ଦେବ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି।

ଧାନ ସଂଗ୍ରହ ନୀତିରେ କ୍ୟାବିନେଟ୍‌ ମୋହର ବାଜିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଓ ଏକର ପିଛା ଧାର୍ଯ୍ୟ ଧାନ ସଂଗ୍ରହ ପରିମାଣକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଚଳିତ ଖରିଫ ଓ ରବି ଋତୁରେ ମୋଟ୍‌ ୩୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଗତବର୍ଷ ଏହା ୩୪ ଲକ୍ଷ ୪୩ ହଜାର ଓ ୨୦୧୪-୧୫ ଆର୍ଥିକ ବର୍ଷରେ ଏହା ୩୫ ଲକ୍ଷ ୪୬ ହଜାର ମେଟ୍ରିକ ଟନ୍‌ ଥିଲା। ଚଳିତବର୍ଷ ଚାଷ ଭଲ ହୋଇଥିବା ସତ୍ତ୍ୱେ ଚାଉଳ ସଂଗ୍ରହ ପରିମାଣ ହ୍ରାସ କରାଯାଇଥିବାରୁ ଅଭାବୀ ବିକ୍ରି ସମସ୍ୟା ସୃଷ୍ଟି ହେବ ବୋଲି ଚାଷୀ ଅଭିଯୋଗ କରିଛନ୍ତି।

କେନ୍ଦ୍ର ସରାକରଙ୍କ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୬୦ ଟଙ୍କା ବଢା ଯାଇଛି। ତେବେ ରାଜ୍ୟ ସରକାର କାହିଁକି ନିଜ ତରଫରୁ କିଛି ବୃଦ୍ଧି କଲେ ନାହିଁ ବୋଲି ଚାଷୀ ଅନ୍ତର୍ଯ୍ୟାମୀ ସାହୁ ଏବଂ ଦେବେନ୍ଦ୍ର ପଟେଲ ପ୍ରମୁଖ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଧାନ କିଣା ପ୍ରକ୍ରିୟାକୁ ସରଳ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି। ଜମି ମାଲିକ, ସରପଞ୍ଚ କିମ୍ବା ବ୍ଲକ ଅଧ୍ୟକ୍ଷ ସ୍ୱୀକୃତି ଦେଲେ ଭାଗଚାଷୀ ବଳକା ଧାନ ବିକ୍ରି କରିପାରିବେ। ଚଳିତବର୍ଷ ୨୯୪ଟି ବ୍ଲକରେ ପି-ପାସ୍‌ ବ୍ୟବସ୍ଥା କର୍ଯ୍ୟକାରୀ ହେବ। ଧାନ ବିକ୍ରି ପରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ରାଜ୍ୟ ଯୋଗାଣ ନିଗମ, ନାଫେଡ, ମାର୍କଫେଡ ଓ ଟିଡିସିସି ଭଳି ସଂସ୍ଥା ଚାଷୀଙ୍କଠାରୁ ସିଧାସଳଖ ଧାନ କଣିବା ପାଇଁ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos