ଢେଙ୍କାନାଳ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଜାଲିଆତି ମାମଲାରେ ୧୩ ଜଣ ଗିରଫ

ଢେଙ୍କାନାଳ/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଅର୍ଥ ତୋଷାରପାତ ଓ ଦୁର୍ନୀତି ମାମଲାରେ ଆଜି ୧୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କର ପୂର୍ବତନ ସଭାପତି ସୁକାନ୍ତ ମିଶ୍ର, ସଂପାଦକ ନିରଞ୍ଜନ କର, ଲୋନ୍ ସବ୍‌ କମିଟିର ଦୁଇ ଜଣ ସଦସ୍ୟ ଓ ୯ ଜଣ ଋଣଗ୍ରହୀତା। ସେମାନଙ୍କୁ ଆଜି କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି। ୧୯୯୩ରୁ ୨୦୦୧ ମସିହା ମଧ୍ୟରେ  ଏହି ବ୍ୟାଙ୍କରେ […]

dhanknal

dhanknal

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 08:25 AM IST

Sports

Latest News

dhanknalଢେଙ୍କାନାଳ/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଅର୍ଥ ତୋଷାରପାତ ଓ ଦୁର୍ନୀତି ମାମଲାରେ ଆଜି ୧୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କର ପୂର୍ବତନ ସଭାପତି ସୁକାନ୍ତ ମିଶ୍ର, ସଂପାଦକ ନିରଞ୍ଜନ କର, ଲୋନ୍ ସବ୍‌ କମିଟିର ଦୁଇ ଜଣ ସଦସ୍ୟ ଓ ୯ ଜଣ ଋଣଗ୍ରହୀତା। ସେମାନଙ୍କୁ ଆଜି କ୍ରାଇମବ୍ରାଞ୍ଚ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି।

୧୯୯୩ରୁ ୨୦୦୧ ମସିହା ମଧ୍ୟରେ  ଏହି ବ୍ୟାଙ୍କରେ ୧୧.୮୨ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହା ପରେ ୨୦୦୮ ରୁ ବ୍ୟାଙ୍କ ବନ୍ଦ ରହିଛି। ଫଳରେ ଶହ ଶହ ଜମାକାରୀ ସେମାନଙ୍କ ଜମା ଟଙ୍କା ପାଇନାହାନ୍ତି।

କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି ବି.କେ ଶର୍ମା କହିଛନ୍ତି,“ତଦନ୍ତ ବେଳେ ଜଣାପଡ଼ିଲା ଯେ ଢେଙ୍କାନାଳ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର କିଛି ଅଧିକାରୀ ଅନ୍ୟମାନଙ୍କ ସହିତ ଅପରାଧିକ ଷଡ଼ଯନ୍ତ୍ର କରି ଜାଲ୍ କାଗଜପତ୍ର ମାଧ୍ୟମରେ ଋଣ ପ୍ରଦାନ କରିଥିଲେ। ବହୁ କ୍ଷେତ୍ରରେ ବିନା ଗ୍ୟାରେଣ୍ଟିରେ ଓ ସିକ୍ୟୁରିଟିରେ ଋଣ ଦିଆଯାଇଥିଲା। ଏହି ବ୍ୟାଙ୍କ ଅଧିକାରୀମାନେ କିଛି ଋଣ ନିଜ ନାଁରେ ମଧ୍ୟ ନେଇଥିଲେ। ସେମାନେ ନିଜ ପରିବାରର ସଦସ୍ୟ ତଥା ଚିହ୍ନାପରିଚିତ ଲୋକଙ୍କୁ ମଧ୍ୟ ଋଣ ଦେଇଥିଲେ। ଗୋଟିଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା।”

ସେ କହିଛନ୍ତି,“ଏହି ମାମଲାରେ ଆଜି ୧୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କର ସେ ସମୟର ସଭାପତି, ସଂପାଦକ, ଲୋନ୍‌ ସବ୍‌ କମିଟିର ଦୁଇ ଜଣ ସଦସ୍ୟ ଓ ୯ ଜଣ ଋଣଗ୍ରହୀତା। କିଛି ଲୋକ ଦୁଇ ଲକ୍ଷ, ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଋଣ ନେଇଛନ୍ତି। କିନ୍ତୁ ଋଣ ପରିଶୋଧ କରି ନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରାଯାଇଛି। ଏ ମାମଲାରେ ତଦନ୍ତ ଜାରି ରହିବ। କାରଣ ଏଥିରେ ଆହୁରି ବହୁ ଲୋକଙ୍କ ସଂପୃକ୍ତି ରହିଛି।”

ଗିରଫ ବ୍ୟାଙ୍କର ପୂର୍ବତନ ସଭାପତି ସୁକାନ୍ତ ମିଶ୍ର କହିଛନ୍ତି,“ମୁଁ ୧୯୯୩-୯୪ ଆର୍ଥିକ ବର୍ଷରୁ ୨୦୦୧ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଢେଙ୍କାନାଳ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ସଭାପତି ଥିଲି। ମୁଁ ଦାୟିତ୍ୱ ନେବା ବେଳେ ବ୍ୟାଙ୍କର ଅବସ୍ଥା ଭଲ ନ ଥିଲା। ବ୍ୟାଙ୍କ ଜମାକାରୀଙ୍କୁ ଟଙ୍କା ଫେରାଇ ପାରୁ ନ ଥିଲା। ଋଣ ଅର୍ଥ ଆଦାୟ ବି କରି ପାରୁ ନ ଥିଲା।  ବ୍ୟାଙ୍କର ଉନ୍ନତି ପାଇଁ ମୁଁ ଉଦ୍ୟମ ଆରମ୍ଭ କରିଥିଲି। ତେବେ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ତାହା ମିଛ। ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୁଦ୍ଧରେ ଅଭିଯୋଗ ଅଣାଯାଇଛି।”

କ୍ଷତିଗ୍ରସ୍ତ ଜମାକାରୀ ଶେଷଦେବ ପାଣି କହିଛନ୍ତି,“କ୍ଷତିଗ୍ରସ୍ତ ଜମାକାରୀଙ୍କ ଆନ୍ଦୋଳନ ଯୋଗୁଁ ଶେଷରେ ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏ ନେଇ ଆମେ ସରକାରଙ୍କୁ ସାଧୁବାଦ ଜଣାଉଛୁ। କିନ୍ତୁ ଆମେ କେମିତି ଟଙ୍କା ଫେରି ପାଇବୁ ସେ ନେଇ ସରକାର ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos