ଧାର୍ଯ୍ୟ ହେଲା ଡାଲି ଜାତୀୟ ମହଜୁଦ ପରିମାଣ

ଭୁବନେଶ୍ୱର: ରାଜ୍ୟରେ ଷ୍ଟକ ହୋଲଡିଂ ଲିମିଟ ଆଣ୍ଡ ଲାଇସେନ୍‌ସିଂ ଅର୍ଡର ଆଜି ଜାରି ହୋଇଛି। ଏହାଦ୍ୱାରା ବେଆଇନ ମହଜୁଦକାରୀଙ୍କ ଉପରେ ଲଗାମ ଲାଗିପାରିବ। ବ୍ୟବସାୟୀ କେତେ ପରିମାଣର ଡାଲି ଜାତୀୟ ସାମଗ୍ରୀ, ତୈଳବୀଜ ଓ ଖାଇବା ତେଲ ରଖିବେ ତା’ର ସୀମା ଧାର୍ଯ୍ୟ କରାଯାଇଛି। ଏହାସହ ଡାଲି ଜାତୀୟ ସାମଗ୍ରୀ ବ୍ୟବସାୟ ପାଇଁ ଲାଇସେନ୍ସ ଫି’ ଓ ସିକ୍ୟୁରିଟି ଡିପୋଜିଟ ରଖାଯାଇଥିବା ବେଳେ ତୈଳବୀଜ ଓ ଖାଇବା ତେଲ ପାଇଁ ରେଜିଷ୍ଟ୍ରେସନ ଫି’ ଲାଗୁ କରାଯାଇଛି। ରାଜ୍ୟ […]

DALI

DALI

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 03:01 PM IST

Sports

Latest News

DALIଭୁବନେଶ୍ୱର: ରାଜ୍ୟରେ ଷ୍ଟକ ହୋଲଡିଂ ଲିମିଟ ଆଣ୍ଡ ଲାଇସେନ୍‌ସିଂ ଅର୍ଡର ଆଜି ଜାରି ହୋଇଛି। ଏହାଦ୍ୱାରା ବେଆଇନ ମହଜୁଦକାରୀଙ୍କ ଉପରେ ଲଗାମ ଲାଗିପାରିବ। ବ୍ୟବସାୟୀ କେତେ ପରିମାଣର ଡାଲି ଜାତୀୟ ସାମଗ୍ରୀ, ତୈଳବୀଜ ଓ ଖାଇବା ତେଲ ରଖିବେ ତା’ର ସୀମା ଧାର୍ଯ୍ୟ କରାଯାଇଛି। ଏହାସହ ଡାଲି ଜାତୀୟ ସାମଗ୍ରୀ ବ୍ୟବସାୟ ପାଇଁ ଲାଇସେନ୍ସ ଫି’ ଓ ସିକ୍ୟୁରିଟି ଡିପୋଜିଟ ରଖାଯାଇଥିବା ବେଳେ ତୈଳବୀଜ ଓ ଖାଇବା ତେଲ ପାଇଁ ରେଜିଷ୍ଟ୍ରେସନ ଫି’ ଲାଗୁ କରାଯାଇଛି। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଜ୍ୟ ବ୍ୟବସାୟୀ ମହାସଂଘ ବିରୋଧ କରିଛି।

ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତାର କାରଣ ପାଲଟି ଥିବା ବେଳେ ସରକାରଙ୍କୁ ନାକେଦମ ହେବାକୁ ପଡୁଛି। ଆକାଶଛୁଆଁ ଦରଦାମ ଉପରେ ଙ୍କୁଶ ଲଗାଇବାକୁ ଯୋଗାଣ ବିଭାଗ ଏହି ଷ୍ଟକ ହୋଲଡିଂ ଲିମିଟି ଆଣ୍ଡ ଲାଇସେନସିଂ ଅର୍ଡର ଜାରି କରିଛି। ହୋଲସେଲର, ରିଟେଲର, ଇମ୍ପୋଟର ଓ ପ୍ରଡ୍ୟୁସର କେତେ ପରିମାଣର ଡାଲି ଜାତୀୟ ସାମଗ୍ରୀ, ତୈଳବୀଜ ଓ ଖାଇବା ତେଲ ସାମଗ୍ରୀ ରଖିବେ ତା’ର ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ଅନୁସାରେ ଜଣେ ହୋଲସେଲର ଏକକାଳୀନ ସର୍ବାଧିକ ୨୦୦୦ କୁଇଣ୍ଟାଲ ଡାଲି ଜାତୀୟ ସାମଗ୍ରୀ, ୧୦୦୦ କୁଇଣ୍ଟାଲ ତୈଳବୀଜ ଓ ୫୦୦ କୁଇଣ୍ଟାଲ ଖାଇବା ତେଲ ମହଜୁଦ ରଖି ପରିବେ। ଜଣେ ରିଟେଲର ୫୦ କୁଇଣ୍ଟାଲ ଡାଲି ଜାତୀୟ ସାମଗ୍ରୀ, ୫୦ କୁଇଣ୍ଟାଲ ତୈଳବୀଜ ଓ ୨୦ କୁଇଣ୍ଟାଲ ଖାଇବା ତେଲ ରଖି ପାରିବେ।

ଡାଲି ଜାତୀୟ ସାମଗ୍ରୀ ନେଇ ହୋଲସେଲରମାନଙ୍କ ପାଇଁ ଲାଇସେନ୍ସ ଫି’ ୫୦୦୦ ଟଙ୍କା ଓ ରିଟେଲରଙ୍କ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହୋଲସେଲର ପାଇଁ ସିକ୍ୟୁରିଟି ଡିପୋଜିଟ ୧୦,୦୦୦ ଟଙ୍କା ରଖାଯାଇଛି।

ଖାଦ୍ୟ ଯୋଗାଣ ବିଭାଗ ଉପ ନିର୍ଦ୍ଦେଶକ ପ୍ରଭାକର ରାଉତ କହିଛନ୍ତି, “ଏହାଦ୍ୱାରା ରାଜ୍ୟରେ ବୃଦ୍ଧି ପାଉଥିବା ଦରଦାମକୁ ନିଯନ୍ତ୍ରଣ କରାଯାଇ ପାରିବ।”

ଡାଲି ଜାତୀୟ ସାମଗ୍ରୀ, ତୈଳବୀଜ ଓ ଖାଇବା ତେଲ ସାମଗ୍ରୀର ମହଜୁଦ ରଖିବା ପରିମାଣ ବଢାଇବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରିଛି। ସିକ୍ୟୁରିଟ ଡିପୋଜିଟି, ଲାଇସେନ୍ସ ଓ ରେଜିଷ୍ଟ୍ରେସନ ଫି’କୁ ମଧ୍ୟ ସଂଘ ବିରୋଧ କରିଛି।

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, “ଆମେ ଲିମିଟ୍‌ ବଢାଇବାକୁ ଦାବି କରିବୁ। ସରକାର ଯେଉଁ ସୀମା ଧାର୍ଯ୍ୟ କରିଛନ୍ତି, ତାହା ଗଣତନ୍ତ୍ର ବିରୋଧୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story