ମୋ ଭାଇ ଅବା ଯିଏ ହେଉ, ଆଇନ ତା ବାଟରେ ଯିବ: ଧର୍ମେନ୍ଦ୍ର

ଭୁବନେଶ୍ୱର: “ମୋ ଭାଇ ହୁଅନ୍ତୁ ବା କେହି ଆତ୍ମୀୟ ହୁଅନ୍ତୁ, କେହି ନିୟମ ଉପରେ ନୁହନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ମୋର କୌଣସି ଆପତ୍ତି ନାହିଁ।” ଗ୍ୟାସ୍ ଏଜେନ୍ସୀରେ ଅନିୟମିତତା ନେଇ ଭାଇ ସୌମେନ୍ଦ୍ରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ପରିପ୍ରେକ୍ଷୀରେ ଆଜି ଏ କଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ପେଟ୍ରୋଲ୍ ପମ୍ପ୍‌ ଓ ଗ୍ୟାସ୍ ଏଜେନ୍ସୀଗୁଡ଼ିକ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଭଳି ନିତ୍ୟ ବ୍ୟବହାର୍ଯ୍ୟ […]

dharmendra

dharmendra

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 03:32 PM IST

Sports

Latest News

ଭୁବନେଶ୍ୱର: “ମୋ ଭାଇ ହୁଅନ୍ତୁ ବା କେହି ଆତ୍ମୀୟ ହୁଅନ୍ତୁ, କେହି ନିୟମ ଉପରେ ନୁହନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ମୋର କୌଣସି ଆପତ୍ତି ନାହିଁ।” ଗ୍ୟାସ୍ ଏଜେନ୍ସୀରେ ଅନିୟମିତତା ନେଇ ଭାଇ ସୌମେନ୍ଦ୍ରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ପରିପ୍ରେକ୍ଷୀରେ ଆଜି ଏ କଥା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି,“ପେଟ୍ରୋଲ୍ ପମ୍ପ୍‌ ଓ ଗ୍ୟାସ୍ ଏଜେନ୍ସୀଗୁଡ଼ିକ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକ୍ରି କରନ୍ତି। ଏଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ନିୟମର ପରିସର ଭୁକ୍ତ। ଅତ୍ୟାବଶ୍ୟକ ସାମଗ୍ରୀ ନିୟମକୁ ଆଗ୍ରହର ସହିତ ପାଳନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ଯଦି ରାଜ୍ୟ ସରକାର ଅନୁଭବ କରିଥିବେ ଯେ ଏଭଳି କିଛି ଏଜେନ୍ସୀରେ ଭୁଲ୍ କାର୍ଯ୍ୟ ହେଉଛି ତା’ହେଲେ କାର୍ଯ୍ୟାନୁଷ୍ଠାନ ନେଇଥିବେ। ରାଜ୍ୟ ସରକାରଙ୍କର ସେ ଅଧିକାର ଅଛି। ମୋ ଭାଇ ଏପ୍ରକାରର ଏକ ଏଜେନ୍ସୀର କାମ କରନ୍ତି। ଯଦି ରାଜ୍ୟ ସରକାରଙ୍କୁ ଲାଗି ଥିବ ଯେ ତାଙ୍କ ଏଜେନ୍ସୀରେ କିଛି ଭୁଲ୍‌ କାର୍ଯ୍ୟ ହୋଇଛି ତା’ହେଲେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। କେହି ମୋ ଭାଇ ହେବା କାରଣରୁ ଆଇନର ଊର୍ଦ୍ଧ୍ୱରେ ନୁହନ୍ତି। ସରକାର ଏ କାର୍ଯ୍ୟାନୁଷ୍ଠାନକୁ ଏକ ନିର୍ଣ୍ଣାୟକ ପର୍ଯ୍ୟାୟ ପର୍ଯ୍ୟନ୍ତ ନେବା ଦରକାର।”

ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଜେଡି ନେତାଙ୍କ ଘରେ ଚଢ଼ାଉ କରିବାକୁ ନେଇ ରାଜନୀତି ଜୋର ଧରିଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ସିବିଆଇ ଏହି ଚଢ଼ାଉ କରିଥିବା ବିଜେଡି ଅଭିଯୋଗ କରିଥିଲା। ଏ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି,“ଯିଏ କହୁଛି କେନ୍ଦ୍ର ସରକାର ସିବିଆଇକୁ ଚଳାଉଛନ୍ତି, ତାହା ତାଙ୍କର ସୀମିତ ଜ୍ଞାନ। ତା’ ଉପରେ କ’ଣ କୁହାଯାଇପାରେ? ଯିଏ କିଛି ଭୁଲ୍‌ଭଟକା କରିଥିବ ବା ଯାହା ମୁଣ୍ଡରେ କିଛି ଭୟ ଥିବ ତାକୁ ତ କିଛି ବାହାନା ଦରକାର। ଓଡ଼ିଶାର ବହୁତ ଗରିବ ଲୋକଙ୍କର ପଇସା ଚିଟ୍‌ଫଣ୍ଡ୍‌ ନାଁରେ ଲୁଟ୍ ହୋଇଛି। ସୁପ୍ରିମ୍‌କୋର୍ଟଙ୍କ ନିରୀକ୍ଷଣରେ ସିବିଆଇ ତଦନ୍ତ ହେଉଛି। ତେଣୁ ସିବିଆଇକୁ କିଏ ପ୍ରଭାବିତ କରିପାରିବ ନା ଅଟକାଇ ପାରିବ?”

ରାଜ୍ୟରେ ସିବିଆଇ ଓ ଭିଜିଲାନ୍ସକୁ ନେଇ ଆକ୍ରୋଶମୂଳକ ରାଜନୀତି ଚାଲିଛି ବୋଲି ହେଉଥିବା ଆଲୋଚନାକୁ ଖଣ୍ଡନ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି,“ମୁଁ ଏ ବିଷୟକୁ ଆଦୌ ସେମିତି ତୁଳନା କରୁ ନାହିଁ। ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଆଯିବା ଦରକାର। କେନ୍ଦ୍ର ଅବା ରାଜ୍ୟର ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ କିଛି ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରି ଥାଆନ୍ତି। ଯଦି କେହି ଭାବୁଥାଏ ଯେ ଏହି ସଂସ୍ଥାଗୁଡ଼ିକୁ ସେ ଚଲାଉଛନ୍ତି ଅବା ଚଲାଇ ପାରିବେ ତା’ହେଲେ ତାହା ତାଙ୍କର ଭୁଲ୍ ଧାରଣା। ମୋର ସେଭଳି ଭ୍ରାନ୍ତ ଧାରଣା ନାହିଁ।”

ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ଭାଇ ସୌମେନ୍ଦ୍ରଙ୍କ ସହିତ ତାଙ୍କ ଗ୍ୟାସ୍ ଏଜେନ୍ସୀ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌ (ଏଚ୍‌ପି)’ର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ ସାଉଥ୍‌ ବଲଣ୍ଡାର ଦେବରାଜ ପଣ୍ଡା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ସେ ବେଆଇନ୍ ଭାବେ ‘ପ୍ରଧାନ ଗ୍ୟାସ୍ ସର୍ଭିସେସ୍‌’ରୁ ଗ୍ୟାସ୍ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ସୌମେନ୍ଦ୍ରଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୭ ଓ ୮ ରେ ମାମଲା ରୁଜୁ କରାଯାଇଛି। ଇଣ୍ଡିଆନ୍ ଏକ୍ସପ୍ଲୋସିଭ୍ ଆକ୍ଟ ୯ (ବି) ଓ ୧୨ରେ ବି ମାମଲା ରୁଜୁ କରାଯାଇଛି। ଏହା ସହିତ ଆଇପିସିର ଧାରା ୨୮୫, ୪୨୦ ଓ ୧୨୦ (ବି)ରେ ମଧ୍ୟ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story