ରାଜ୍ୟ ସରକାର ଅପାରଗ ଓ ଦେବାଳିଆ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ନବୀନ ସରକାର ଅପାରଗ ଓ ଦେବାଳିଆ ବୋଲି ଆଜି ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଙ୍କ ଚତୁର୍ଥ ପାଳିର ଦୁଇ ବର୍ଷର କାର୍ଯ୍ୟର ହିସାବ ଦେବା ବେଳେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଆଜି ଧର୍ମେନ୍ଦ୍ର ଏଭଳି ମନ୍ତବ୍ୟ ଦେଇଛନ୍ତି। ଧର୍ମେନ୍ଦ୍ର କହିଥିଲେ,“କେନ୍ଦ୍ରୀୟ ଅନୁଦାନରେ ରାଜ୍ୟରେ ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କର ନିଜସ୍ୱ ପରିକଳ୍ପନା କିଛି ନାହିଁ। […]

dharmendra

dharmendra

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 10:39 PM IST

Sports

Latest News

DharmendraPradhanନୂଆଦିଲ୍ଲୀ/ଭୁବନେଶ୍ୱର: ନବୀନ ସରକାର ଅପାରଗ ଓ ଦେବାଳିଆ ବୋଲି ଆଜି ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଙ୍କ ଚତୁର୍ଥ ପାଳିର ଦୁଇ ବର୍ଷର କାର୍ଯ୍ୟର ହିସାବ ଦେବା ବେଳେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଆଜି ଧର୍ମେନ୍ଦ୍ର ଏଭଳି ମନ୍ତବ୍ୟ ଦେଇଛନ୍ତି।

ଧର୍ମେନ୍ଦ୍ର କହିଥିଲେ,“କେନ୍ଦ୍ରୀୟ ଅନୁଦାନରେ ରାଜ୍ୟରେ ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କର ନିଜସ୍ୱ ପରିକଳ୍ପନା କିଛି ନାହିଁ। କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ଦେଖି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।”

ସେ କହିଥିଲେ,“ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ହିତାଧିକାରୀ ତାଲିକା ପ୍ରସ୍ତୁତିରେ ତ୍ରୁଟି ବିଚ୍ୟୁତି ରହିଛି। କୌଣସି ଜିଲ୍ଲାରେ ନିର୍ଭୁଲ ହିତାଧିକାରୀ ତାଲିକା ପ୍ରସ୍ତୁତ ହୋଇପାରିନାହିଁ।”

ଧର୍ମେନ୍ଦ୍ର କହିଥିଲେ,“ଗତ ଡିସେମ୍ବର ମାସରେ ରାଜ୍ୟ ସରକାର କହିଥିଲେ ୩ ଲକ୍ଷ ପକ୍କା ଘର ତିଆରି କରିଛନ୍ତି। କିନ୍ତୁ ମେ’ ମାସରେ ଏହି ସଂଖ୍ୟା ୧୦ ଲକ୍ଷ ହେଲା କିପରି? ରାଜ୍ୟରେ ୪୧% ବିପିଏଲ୍ ପରିବାରକୁ ଏଯାବତ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। କୃଷି କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନର ୫୦% ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିନାହାନ୍ତି।”

ସେ କହିଥିଲେ,“ସେସ୍‌ରୁ ଭାଗ ପାଉ ନ ଥିବା ନେଇ ରାଜ୍ୟ ସରକାର ଅଭିଯୋଗ କରୁଛନ୍ତି। ଏନେଇ ସରକାର ହିସାବ ଦିଅନ୍ତୁ।”

ଗତକାଲି ସାମ୍ବାଦିକ ସମ୍ମଳିନୀରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନ ଥିବା କଥାକୁ ମଧ୍ୟ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୌଦ୍ଧିକ ସ୍ତରରେ ଦେବାଳିଆ ହୋଇଯାଇଛନ୍ତି। ଘର ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସହିତ ଯୋଗାଯୋଗ କରନ୍ତୁ।”

ପ୍ରତାପ ଦେବ କହିଛନ୍ତି,“କେନ୍ଦ୍ର ସରକାର ୫ ବର୍ଷରେ ୧୮ ହଜାର ଗାଁକୁ ବିଜୁଳି ସଂଯୋଗ କରିବେ ବୋଲି କହି ବାହାବା ନିଅନ୍ତୁ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ବଢ଼ିଛି କି? କୃଷି ପାଇଁ କେନ୍ଦ୍ର ସରକାର କେବଳ ମିଛରେ କାନ୍ଦୁଛନ୍ତି। ଏ କ୍ଷେତ୍ର ପାଇଁ ବାସ୍ତବରେ ସେମାନେ କିଛି କରୁ ନାହାନ୍ତି।”

ସେ ଆହୁରି କହିଛନ୍ତି,“ କେନ୍ଦ୍ର ସରକାର ଟିକସ ନ ବଢ଼ାଇ ସେସ୍ ବଢ଼ାଇଛନ୍ତି। ଏଥିଯୋଗୁଁ ରାଜ୍ୟ କ୍ଷତି ସହୁଛି।”

ସୂଚନାଯୋଗ୍ୟ, ବାଲେଶ୍ୱରରେ ‘ବିକାଶ ଉତ୍ସବ’ରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଥିଲେ। ସେ ଲୋକଙ୍କ ଉଦ୍ଦେଶ୍ୟରେ କହିଥିଲେ,“ଆପଣଙ୍କର ଏଠିକାର ସରକାର ୧୭ ବର୍ଷ ମଧ୍ୟରେ ଆପଣମାନଙ୍କ ଗହଣକୁ ଆସି କେବେ ନିଜ କାର୍ଯ୍ୟର ହିସାବ ଦେଇଛନ୍ତି କି?” ଗତକାଲି ସଚିବାଳୟରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କର ଦୁଇ ବର୍ଷର କାର୍ଯ୍ୟର ହିସାବ ଦେବା ବେଳେ କହିଥିଲେ ଯେ ତାଙ୍କ ସରକାର କାମରେ ବିଶ୍ୱାସ କରେ, ପ୍ରଚାରରେ ନୁହେଁ। ଏହା କହି ସେ ପରୋକ୍ଷରେ ମୋଦିଙ୍କୁ ଆକ୍ଷେପ କରିଥିଲେ।

ବିଜେପି-ବିଜେଡି କଳି ଭିତରେ କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ରାଜ୍ୟ ସରାକାର ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଲୋକଙ୍କ ସ୍ୱାର୍ଥ ବିରୋଧୀ। ମୁଖ୍ୟମନ୍ତ୍ରୀ ଲୋକ ଦେଖାଣିଆ ଭାବେ ସମୀକ୍ଷା କରୁଛନ୍ତି। ୧୭ବର୍ଷରେ ୧ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇଛି। ତେବେ ୨ ବର୍ଷରେ ୩ ଲକ୍ଷ ହେକ୍ଟର ଜମି କିପରି ଜଳସେଚିତ ହେଲା ତାହାର ହିସାବ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos