ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ଷଡ଼ଙ୍ଗୀ ରେଞ୍ଜ ଗଣେଶ ଖୋଲ ଜଙ୍ଗଲରୁ ମଙ୍ଗଳବାର ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ଛୁଆ ଉଦ୍ଧାର ପରେ ସେଠାରେ ମାଆ ହାତୀ ପହଞ୍ଚି ଉପଦ୍ରବ କରୁଛି। ମା’ ହାତୀର ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସ୍ଥାନୀୟ ଫରେଷ୍ଟର ସଗ୍ରମଣି ଓ ଜଣେ ଫଟୋଗ୍ରାଫର ।
ଆଜି ସକାଳେ ଗଣେଶଖୋଲ ଜଙ୍ଗଲରୁ ଏକ ୨ ମାସର ଛୁଆ ହାତୀର ମୃତଦେହକୁ ଉଦ୍ଧାର କରିଥିଲା ବନ ବିଭାଗ। କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଡିଏଫଓ କହିଛନ୍ତି ମୃତଦେହର ବ୍ୟବଛେଦ ପରେ ଯାଇ ହାତୀ ଛୁଆର ମୃତ୍ୟୁର କାରଣ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।