ଢେଙ୍କାନାଳରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ହାତୀଙ୍କ ମୃତ୍ୟୁ; ବନବିଭାଗର ୨ କର୍ମଚାରୀ ନିଲମ୍ବିତ, ବିଦ୍ୟୁତ୍ ବିଭାଗର ୩ ଜଣଙ୍କ ନାଁରେ ଏତଲା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଗୁଣଦେଇ ନିକଟରେ ଆଜି ସକାଳେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀର ମୃତ୍ୟୁ ଘଟିଛି। ଏହି ଦୁଇଟି ହାତୀ ମା’ ଓ ଛୁଆ ଥିଲେ। ୫୫ ନମ୍ୱର ଜାତୀୟ ରାଜପଥର ଶହେ ମିଟର ଦୂରରେ ଏହି ଦୁଇ ହାତୀଙ୍କ ମୃତଦେହ ପଡ଼ିଥିଲା। ଏହି ଘଟଣାକୁ ନେଇ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏମାନଙ୍କୁ ବନବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିବା ବେଳେ ବିଦ୍ୟୁତ୍ ବିଭାଗର ୩ […]

hati

hati

Rakesh Mallick
  • Published: Monday, 12 October 2015
  • Updated: 12 October 2015, 04:37 PM IST

Sports

Latest News

hatiଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଗୁଣଦେଇ ନିକଟରେ ଆଜି ସକାଳେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀର ମୃତ୍ୟୁ ଘଟିଛି। ଏହି ଦୁଇଟି ହାତୀ ମା’ ଓ ଛୁଆ ଥିଲେ। ୫୫ ନମ୍ୱର ଜାତୀୟ ରାଜପଥର ଶହେ ମିଟର ଦୂରରେ ଏହି ଦୁଇ ହାତୀଙ୍କ ମୃତଦେହ ପଡ଼ିଥିଲା। ଏହି ଘଟଣାକୁ ନେଇ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏମାନଙ୍କୁ ବନବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିବା ବେଳେ ବିଦ୍ୟୁତ୍ ବିଭାଗର ୩ ଜଣ କର୍ମଚାରୀଙ୍କ ନାଁରେ ଏତଲା ଦିଆଯାଇଛି।

ଢେଙ୍କାନାଳ ଡିଏଫଓ ପ୍ରଦୀପ କୁମାର ସାହୁ କହିଛନ୍ତି, ହାତୀ ଦୁଇଟି ରାସ୍ତା ଅତିକ୍ରମ କରୁଥିବା ବେଳେ ୩୩ କେଭି ବିଦ୍ୟୁତ୍ ତାର  ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ମା’ହାତୀଟିର ବୟସ ପ୍ରାୟ ୧୫ ବର୍ଷ ହେବ। ସେହିପରି ଛୁଆ ହାତୀଟିକୁ ପ୍ରାୟ ୬ ମାସ ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ପରେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ତା’ସହିତ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଜଣେ ଲାଇନମ୍ୟାନଙ୍କ ନାଁରେ ଥାନାରେ ଏଫଆଇଆର୍ ଦିଆଯାଇଛି।

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ରେଙ୍ଗାଲି କେନାଲ କାମ ଚାଲିଥିବାରୁ ହାତୀମାନଙ୍କ ଗତି ପଥରରେ ପରିବର୍ତ୍ତନ ହୋଇଛି। ଏବେ ହାତୀମାନେ ଯେଉଁ ରାସ୍ତାରେ ଯିବା ଆସିବା କରୁଛନ୍ତି ସେହି ରାସ୍ତାର ଅଧିକାଂଶ ଜାଗାରେ ୩୩ କେଭି ବିଦ୍ୟୁତ୍ ତାର ଯାଇଛି। ବିଦ୍ୟୁତ୍ ତାରଗୁଡ଼ିକ ତଳକୁ ଝୁଲି ରହିଛି। ହାତୀମାନେ ଯେପରି ବିଦ୍ୟୁତ୍ ତାର ସଂସ୍ପର୍ଶରେ ନଆସିବେ ସେଥିପାଇଁ ତାରଗୁଡ଼ିକୁ ସିଧା କରିବା ପାଇଁ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଛି। କିନ୍ତୁ ବିଦ୍ୟୁତ୍ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।  ସେଥିପାଇଁ ଏଭଳି ଘଟଣା ବାରମ୍ବାର ଘଟୁଛି। ସ୍ଥାନୀୟ ଲୋକେ ବି ସମାନ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲାର ବରେଇଗଡ଼ ଗାଁରେ ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିବା ଦୁଇଟି ହାତୀକୁ ଆଜି ଭୋରରୁ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର କରାଯିବା ପରେ ହାତୀ ଦୁଇଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos