ଅନାସ୍ଥା ଭୋଟ୍‌ରେ ହାରିଲେ ଢେଙ୍କାନାଳ ପୌରାଧ୍ୟକ୍ଷ

ଢେଙ୍କାନାଳ: ଆଜି ଅନୁଷ୍ଠିତ ଅନାସ୍ଥା ଭୋଟ୍‌ରେ ଢେଙ୍କାନାଳ ପୌରାଧ୍ୟକ୍ଷ ଇନ୍ଦ୍ରମଣି ବେହେରା ପରାସ୍ତ ହୋଇଛନ୍ତି। ଇନ୍ଦ୍ରମଣିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭ଟି ଭୋଟ୍‌ ଯାଇଛି। ୨୩ କାଉନ୍‌ସିଲରଙ୍କ ମଧ୍ୟରୁ ୨୦ ଜଣ ଭୋଟ୍‌ ଦେଇଥିଲେ। ସେଥିରେ ଥିଲେ କଂଗ୍ରେସର ୧୧ ଜଣ, ବିଜେପିର ୫ ଜଣ ଓ ବିଜେଡିର ୪ ଜଣ। ହୁଇପ୍‌ ଜାରି କରାଯାଇଥିଲେ ସୁଦ୍ଧା ୪ ଜଣ ବିଜେଡି କାଉନ୍‌ସିଲ୍‌ର ଭୋଟ୍‌ରେ ସାମିଲ ହୋଇଥିଲେ। ୩ ଜଣ କାଉନ୍‌ସିଲରଙ୍କ ଭୋଟ୍ ନାକଚ ହୋଇଯାଇଥିଲା। […]

dkl

dkl

Rakesh Mallick
  • Published: Monday, 01 August 2016
  • Updated: 01 August 2016, 10:40 PM IST

dklଢେଙ୍କାନାଳ: ଆଜି ଅନୁଷ୍ଠିତ ଅନାସ୍ଥା ଭୋଟ୍‌ରେ ଢେଙ୍କାନାଳ ପୌରାଧ୍ୟକ୍ଷ ଇନ୍ଦ୍ରମଣି ବେହେରା ପରାସ୍ତ ହୋଇଛନ୍ତି। ଇନ୍ଦ୍ରମଣିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭ଟି ଭୋଟ୍‌ ଯାଇଛି। ୨୩ କାଉନ୍‌ସିଲରଙ୍କ ମଧ୍ୟରୁ ୨୦ ଜଣ ଭୋଟ୍‌ ଦେଇଥିଲେ। ସେଥିରେ ଥିଲେ କଂଗ୍ରେସର ୧୧ ଜଣ, ବିଜେପିର ୫ ଜଣ ଓ ବିଜେଡିର ୪ ଜଣ। ହୁଇପ୍‌ ଜାରି କରାଯାଇଥିଲେ ସୁଦ୍ଧା ୪ ଜଣ ବିଜେଡି କାଉନ୍‌ସିଲ୍‌ର ଭୋଟ୍‌ରେ ସାମିଲ ହୋଇଥିଲେ। ୩ ଜଣ କାଉନ୍‌ସିଲରଙ୍କ ଭୋଟ୍ ନାକଚ ହୋଇଯାଇଥିଲା। ୬ ନମ୍ବର ୱାର୍ଡର କଂଗ୍ରେସ କାଉନ୍‌ସିଲର ସାଗରିକା ରାଉତଙ୍କ ଭୋଟ୍ ନାକଚ ହୋଇଯିବା କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ଗତ ଏପ୍ରିଲ୍ ୪ ତାରିଖରେ ପୌରାଧ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କଂଗ୍ରେସର ୧୦ କାଉନ୍‌ସିଲର। ତେବେ ପୌରାଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବକୁ ବେଆଇନ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଅନାସ୍ଥା ପ୍ରସ୍ତାବ ଉପରେ ରୋକ ଲଗାଇବାକୁ ମନା କରି ଦେଇଥିଲେ।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟ ଚାରିପାଖରେ ୧୪୪ ଧାରା ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos