ଗାଁ ଜଳିଗଲା ପରେ... ଅଙ୍ଗାର ଆଡ଼େଇ ଖୋଜା ଚାଲିଛି ସାଇତା ସମ୍ପତ୍ତି

ଢେଙ୍କାନାଳ: ଢେଙ୍କ।ନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଧୋବଣୀନନ୍ଦ ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଶତାଧିକ ଘର ପୋଡି ଯାଇଥିବା ବେଳେ ବହୁ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଆଜି ସକାଳେ ଧୋବଣୀନନ୍ଦ ଗାଁର ଅଧିକାଂଶ ଲୋକ ପଡୋଶୀ ଗାଁକୁ ଭୋଜି ଖାଇବାକୁ ଯାଇଥିଲେ। ଏହି ସମୟରେ ଗାଁରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବିଭାଗର ୪ଟି ଦମକଳ ଗାଁରେ […]

fire in dkl

fire in dkl

Rakesh Mallick
  • Published: Tuesday, 25 April 2017
  • Updated: 26 April 2017, 01:29 PM IST

Sports

Latest News

ଢେଙ୍କାନାଳ: ଢେଙ୍କ।ନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଧୋବଣୀନନ୍ଦ ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଶତାଧିକ ଘର ପୋଡି ଯାଇଥିବା ବେଳେ ବହୁ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

ଆଜି ସକାଳେ ଧୋବଣୀନନ୍ଦ ଗାଁର ଅଧିକାଂଶ ଲୋକ ପଡୋଶୀ ଗାଁକୁ ଭୋଜି ଖାଇବାକୁ ଯାଇଥିଲେ। ଏହି ସମୟରେ ଗାଁରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଁ ଅଗ୍ନିଶମ ବିଭାଗର ୪ଟି ଦମକଳ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ସମ୍ଭବପର ହୋଇନଥିଲା। କ୍ଷଣକ ଭିତରେ ପ୍ରାୟ ୧୫୦ରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ ସମେତ ସମସ୍ତ ଆସବାବପତ୍ର ପୋଡ଼ି ହୋଇଯାଇଛି। ଫଳରେ ଗାଁ ଲୋକେ ଏକପ୍ରକାର ସର୍ବହରାଇ ହୋଇଯାଇଛନ୍ତି।

ବିପନ୍ନ ଜଣେ ମହିଳା କହିଛନ୍ତି,“ଅଗ୍ନିକାଣ୍ଡରେ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା, ସୁନା ଓ ରୁପା ପୋଡି ଯାଇଛି। ଏବେ ଝିଅ ବାହାଘର କେମିତି କରିବି ଜାଣିପାରୁନି। ଘର କେମିତି ପୋଡ଼ିଲା ମୁଁ ଜାଣିପାରିନି।’’

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ହିନ୍ଦୋଳ ଉପଜିଲ୍ଲାପାଳ ଅମୂଲ୍ୟ ଚମ୍ପତ୍ତିରାୟ ଓ ତହସିଲଦାର ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

ଉପଜିଲ୍ଲାପାଳ ଅମୂଲ୍ୟ ଚମ୍ପତ୍ତିରାୟ କହିଛନ୍ତି,“ପ୍ରାଥମିକ ଆକଳନରୁ ଯାହା ଜଣାପଡ଼ିଛି ୭୦ରୁ ୮୦ ପରିବାରର ୧୫୦ରୁ ଅଧିକ ବଖରା ପୋଡି ଯାଇଛି। ଆଜି ସନ୍ଧ୍ୟାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିପନ୍ନ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ସରକାରୀ ବ୍ୟବସ୍ଥା ଅନୁଯାୟୀ ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦିଆଯିବ।”

https://www.youtube.com/watch?v=b_kRTUULe8Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos