ଢେଙ୍କାନାଳର ଗୋବିନ୍ଦପୁରରେ ମୃଦୁ ଭୂକମ୍ପ

dhenkalan

ଢେଙ୍କାନାଳ: ଢେଙ୍କାନାଳରେ ଆଜି ପୁଣି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ଶନିବାର ସକାଳ ୮ଟା ୧୮ ଓ ଦିନ ୧୧ଟା ୨୮ରେ ଦୁଇଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।