ଦିବ୍ୟାଙ୍ଗଙ୍କୁ ଆରପିଏଫ ଯବାନ ମାଡ଼ ମାରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ମାଡ଼ ଘଟଣାର ତଦନ୍ତ  ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭୁ। ଗତ ଶୁକ୍ରବାର ଦିନ ୪ ନମ୍ବର ପ୍ଲାଟ ଫର୍ମରୁ ଦିବ୍ୟାଙ୍ଗ ଜଣଙ୍କ ମୋବାଇଲ୍ ଚୋରି କରୁଥିବା ବେଳେ ତାଙ୍କୁ ଲୋକେ କାବୁ କରି ଆରପିଏଫ୍‌କୁ ଜଣାଇଥିଲେ। ପରେ ଆରପିଏଫ ଯବାନମାନେ ଦିବ୍ୟାଙ୍ଗଙ୍କଠାରୁ ମୋବାଇଲ ଜବତ କରିବା ସହ ତାଙ୍କୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଆରପିଏଫ ଡିଜିଙ୍କୁ ନିର୍ଦ୍ଦେଶ  ଦିଆଯାଇଥିବା  […]

balasore ,,,,

balasore ,,,,

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 03:17 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ମାଡ଼ ଘଟଣାର ତଦନ୍ତ  ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭୁ।

ଗତ ଶୁକ୍ରବାର ଦିନ ୪ ନମ୍ବର ପ୍ଲାଟ ଫର୍ମରୁ ଦିବ୍ୟାଙ୍ଗ ଜଣଙ୍କ ମୋବାଇଲ୍ ଚୋରି କରୁଥିବା ବେଳେ ତାଙ୍କୁ ଲୋକେ କାବୁ କରି ଆରପିଏଫ୍‌କୁ ଜଣାଇଥିଲେ। ପରେ ଆରପିଏଫ ଯବାନମାନେ ଦିବ୍ୟାଙ୍ଗଙ୍କଠାରୁ ମୋବାଇଲ ଜବତ କରିବା ସହ ତାଙ୍କୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଥିଲେ।

ଏହି ଘଟଣାର ତଦନ୍ତ ପାଇଁ ଆରପିଏଫ ଡିଜିଙ୍କୁ ନିର୍ଦ୍ଦେଶ  ଦିଆଯାଇଥିବା  ରେଳବାଇ ମନ୍ତ୍ରୀ ପ୍ରଭୁ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷରେ ରେଲୱେ ଏସପି ସଞ୍ଜୟ କୌଶଲ କହିଛନ୍ତି,“ବାଲେଶ୍ୱର ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ମାଡ ଘଟଣା ଆମ ପାଖରେ ଖବର ପହଞ୍ଚିଛି। ମାଡ ଖାଇଥିବା ଦିବ୍ୟାଙ୍ଗଙ୍କୁ ଠାବ  କରି  ତାଙ୍କଠାରୁ ଅଭିଯୋଗ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରମାଣ ମିଳିଲେ ଯବାନଙ୍କ ବିରୋଧରେ ମାମଲା ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos