ବିବାହ ପୂର୍ବରୁ ପିଲା ଜନ୍ମ: ପ୍ରେମିକା ଘରେ ପଶି ଶିଶୁକନ୍ୟାକୁ ମାରିଲା ପ୍ରେମିକ!

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପ୍ରେମ ହେଲା, ତାପରେ ଶାରୀରିକ ସମ୍ପର୍କ। ଆଉ ଦିନ କେଇଟାରେ ଗର୍ଭବତୀ ହୋଇଗଲେ ପ୍ରେମିକା। ପେଟରେ ଛୁଆ ବଢିବା ସହ ପ୍ରେମିକ ମନରେ ବଢି ଚାଲିଥିଲା ପ୍ରତିହିଂସା। ଛୁଆଟା ଜନ୍ମ ହେଲେ ବିବାହ କରିବାକୁ ପଡିବ। ଏହି ଡ଼ରରେ ପ୍ରେମିକାଙ୍କଠାରୁ ଦୂରେଇ ଯାଇଥିଲେ ପ୍ରେମିକ। ଶେଷରେ ବାପଘରେ ଶିଶୁ କନ୍ୟା ଜନ୍ମଦେଲେ ପ୍ରେମିକା। ଯାହା ପ୍ରେମିକ ଜଣଙ୍କୁ ପସନ୍ଦ ଆସିନଥିଲା। ଆଉ ଶେଷରେ କଅଁଳ ଶିଶୁ କନ୍ୟାଟିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି […]

love-is-papaa

love-is-papaa

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 06:52 PM IST

Sports

Latest News

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପ୍ରେମ ହେଲା, ତାପରେ ଶାରୀରିକ ସମ୍ପର୍କ। ଆଉ ଦିନ କେଇଟାରେ ଗର୍ଭବତୀ ହୋଇଗଲେ ପ୍ରେମିକା। ପେଟରେ ଛୁଆ ବଢିବା ସହ ପ୍ରେମିକ ମନରେ ବଢି ଚାଲିଥିଲା ପ୍ରତିହିଂସା। ଛୁଆଟା ଜନ୍ମ ହେଲେ ବିବାହ କରିବାକୁ ପଡିବ। ଏହି ଡ଼ରରେ ପ୍ରେମିକାଙ୍କଠାରୁ ଦୂରେଇ ଯାଇଥିଲେ ପ୍ରେମିକ। ଶେଷରେ ବାପଘରେ ଶିଶୁ କନ୍ୟା ଜନ୍ମଦେଲେ ପ୍ରେମିକା। ଯାହା ପ୍ରେମିକ ଜଣଙ୍କୁ ପସନ୍ଦ ଆସିନଥିଲା। ଆଉ ଶେଷରେ କଅଁଳ ଶିଶୁ କନ୍ୟାଟିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ।

ଭୁବନ ଥାନା ସୁରପ୍ରତାପପୁର ପଞ୍ଚାୟତ ଅଞ୍ଚଳର ସିଲୁ ସ୍ୱାଇଁ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀ ମଧ୍ୟ ସିଲୁକୁ ବହୁ ଭଲ ପାଉଥିଲେ। ଏପରିକି ପ୍ରେମିକ ବିବାହ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପ୍ରେମିକଙ୍କ ଏପରି ମିଠା ମିଠା କଥାରେ ଭାସି ଯାଇଥିଲେ ପ୍ରେମିକା। ଏହାର ସୁଯୋଗ ନେଇ ପ୍ରେମିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ତେବେ ଯେତେବେଳେ ପ୍ରେମିକା ଗର୍ଭବତୀ ହୋଇଥିବା ଜଣାବାକୁ ପାଇଲେ, ସେତେବେଳେ ପ୍ରେମିକ ଦୂରେଇ ଯାଇଥିଲା। ବିବାହ କରିବାକୁ ମଧ୍ୟ ମନା କରିଦେଇଥିଲା।

ଆଜକୁ ୪ ଦିନ ତଳେ ଯୁବତୀ ଜଣକ ନିଜ ବାପ ଘରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲା। ଏହା ଦେଖି ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ବିବାହ ପ୍ରସ୍ତାବ ନେଇ ପ୍ରେମିକଙ୍କ ଘରକୁ ଯାଇଥିଲେ। ମାତ୍ର ପ୍ରେମିକଙ୍କ ପରିବାର ଲୋକ ପ୍ରତ୍ୟାକ୍ଷାନ କରିଦେଇଥିଲେ। ଏହା ପରେ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏଥିରେ ପ୍ରତିହିଂସା ପରାୟଣା ହୋଇ ସିଲୁ ଗତକାଲି ରାତିରେ ପ୍ରେମିକାଙ୍କ ଘରେ ପଶି ନବଜାତ ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ପ୍ରେମିକା (ଯୁବତୀ)କୁ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତ ଶିଶୁକନ୍ୟାର ଶବବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେବାକୁ ମିଳିଥିଲା।

ଏଭଳି ଜଘନ୍ୟ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସିଲୁ ସ୍ୱାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos