ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ  ଆଇନକୁ କଡ଼ାକଡ଼ି କରାଯିବ: ଅତନୁ ସବ୍ୟସାଚୀ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଯେଉଁଠି ଅଘଟଣ ଘଟିଛି ତୁରନ୍ତ ପଦକ୍ଷେପ ନେବାକୁ ଗୃହ ବିଭାଗ ସହ ଆଲୋଚନା କରିଛି ବୋଲି ଆଜି  ସ୍ୱାସ୍ଥ୍ୟମନ୍ତ୍ରୀ  ଅତୁନ ସବ୍ୟସାଚୀ ନାୟକ କହିଛନ୍ତି। ସେ କହିଛନ୍ତି, “କାର୍ଯ୍ୟରତ ଡାକ୍ତରଙ୍କୁ  କିପରି ସୁରକ୍ଷା  ଦିଆଯିବ ଗୃହ ବିଭାଗ ସହ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି। ଗୃହ ବିଭାଗର ସଚିବଙ୍କ ସହିତ ମୁଁ ବ୍ୟକ୍ତିଗତ ଆଲୋଚନା କରିଛି। ଆଇନକୁ ଯେଉଁମାନେ ହାତକୁ ନେଇ ଏଭଳି […]

atanu

atanu

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 05:03 PM IST

Sports

Latest News

atanuଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଯେଉଁଠି ଅଘଟଣ ଘଟିଛି ତୁରନ୍ତ ପଦକ୍ଷେପ ନେବାକୁ ଗୃହ ବିଭାଗ ସହ ଆଲୋଚନା କରିଛି ବୋଲି ଆଜି  ସ୍ୱାସ୍ଥ୍ୟମନ୍ତ୍ରୀ  ଅତୁନ ସବ୍ୟସାଚୀ ନାୟକ କହିଛନ୍ତି।

ସେ କହିଛନ୍ତି, “କାର୍ଯ୍ୟରତ ଡାକ୍ତରଙ୍କୁ  କିପରି ସୁରକ୍ଷା  ଦିଆଯିବ ଗୃହ ବିଭାଗ ସହ ସ୍ୱାସ୍ଥ୍ୟ ସଚିବ ଆଲୋଚନା କରିଛନ୍ତି। ଗୃହ ବିଭାଗର ସଚିବଙ୍କ ସହିତ ମୁଁ ବ୍ୟକ୍ତିଗତ ଆଲୋଚନା କରିଛି। ଆଇନକୁ ଯେଉଁମାନେ ହାତକୁ ନେଇ ଏଭଳି ଅଘଟଣ ଘଟାଉଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”

ଅତନୁ ଆହୁରି କହିଛନ୍ତି, “୨୦୦୯ର ମେଡ଼ିକେୟାର ଆକ୍ଟରେ ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ ରହିଛି ତାହା କଡ଼ାକଡ଼ି ଭାବରେ ପ୍ରଣୟନ କରିବା ପାଇଁ ଆମେ ଗୁରୁତାରୋପ କରିଛୁ। ଗୃହ ବିଭାଗର ସଚିବ ଓ  ଡିଜିପିଙ୍କ ସହିତ ଏହି ବିଷୟରେ ଆଲୋଚନା ହୋଇଛି। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟାଉ ଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସମ୍ଭେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଓ ପୋଲିସ୍ ବ୍ୟବସ୍ଥା ଗୃହ ବିଭାଗ କରିଥିବା ସୂଚନା ମିଳିଛି। ଅନ୍ୟ ସ୍ଥାନମାନଙ୍କରେ ଅଘଟଣ ଘଟିଲେ ୨୦୦୯ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ସେଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧୯ ତାରିଖରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଗୃହ ସଚିବଙ୍କୁ ଏକ ଚିଠି ଲେଖି ସମସ୍ତ ସରକାରୀ ଡାକ୍ତରଖାନାରେ ପୋଲିସ୍‌ ଆଉଟପୋଷ୍ଟ ଖୋଲିବାକୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos