ଚାହା ସହ ରୁଟି ଖାଉଛନ୍ତି କି? ସାବଧାନ୍! ଭୋଗିପାରନ୍ତି ପରିଣାମ

ଆମ ଦେଶରେ  ପ୍ରାୟ ୯୦ ପ୍ରତିଶତ ଲୋକେ ସକାଳେ ଚାହା ପିଇବାକୁ ଭଲପାଆନ୍ତି। ସକାଳୁ ଉଠି ଚାହା ପିଇବା ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଅଭ୍ୟାସ ହୋଇଗଲାଣି। ଅନେକ ଲୋକଙ୍କର ଖାଦ୍ୟ ଖାଇବା ପରେ ଚାହା ପିଇବା ବା ଖାଦ୍ୟ ସହ ଚାହା ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏପରି ଅଭ୍ୟାସ ଭଲ ନୁହେଁ। ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଏକ ଗବେଷଣା ପରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଭୋଜନ ସହ ଚାହା ପିଇବା ଦ୍ୱାରା ଆମ ଶରୀରକୁ ଖାଦ୍ୟର ପୋଷଣ ମିଳି ନ ଥାଏ। ପ୍ରାୟ ୭୦ ପ୍ରତିଶତ ଲୋକେ ସକାଳେ ଚାହା ସହ ରୁଟି ଖାଇବାକୁ ଭଲପାଆନ୍ତି। ହେଲେ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ନା ଆବଶ୍ୟକ ପରିମାଣରେ ପ୍ରୋଟିନ୍ ମିଳିଥାଏ ନା ତ କାର୍ବୋହାଇଡ୍ରେଟ୍। କେବଳ ଏତିକି ନୁହେଁ, ଶରୀରକୁ କ୍ୟାଲସିୟମ ଓ ଆଇରନ ମଧ୍ୟ ମିଳିପାରେ ନାହିଁ। ତେଣୁ ସକାଳୁ ଚାହା ରୁଟି ଖାଇବା ବନ୍ଦ କରିବାକୁ ଚେଷ୍ଟା କରନ୍ତୁ। ଏହା ବଦଳରେ ରୁଟି ସହ କ୍ଷୀର, ଭଜା, ତରକାରୀ କିମ୍ବା ଆଉ କିଛି ଖାଆନ୍ତୁ। କାରଣ ଚାହା ସହ ରୁଟି ଖାଇବା ଆପଣଙ୍କ ଶରୀର ପାଇଁ ଅନେକ କ୍ଷତିକାରକ।