ବିଜେପି ନେତାଙ୍କ ଡବଲ ଲଭ ଷ୍ଟୋରି: ପତ୍ନୀଙ୍କୁ ପ୍ରତାରଣା କରି ଆଉ ଜଣେ ପ୍ରେମିକାଙ୍କୁ ବିବାହ

ବଲାଙ୍ଗିର:ସ୍ତ୍ରୀ ଥାଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବିଜେପି ସ୍କିଲ୍ ଇଣ୍ଡିଆର ରାଜ୍ୟ ସଂଯୋଜକ ହିତେଶ ସାହୁଙ୍କ ବିରୋଧରେ।  ଘଟଣା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିବାବେଳେ, ଅଭିଯୁକ୍ତ ଯୁବ ନେତା ବର୍ତ୍ତମାନ ଫେରାର ଅଛନ୍ତି । ଅଭିଯୋଗ ଅନୁସାରେ ମହିଳା ଜଣଙ୍କ କୋଲକତାରେ ରହୁଥବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲ।  ପରେ ହିତେଶ ତାଙ୍କୁ ବଲାଙ୍ଗିର ଆଣି ମନ୍ଦିରରେ ବିବାହ କରିବା ସହ ଏକ ଭଡା ଘରେ ରଖିଥିଲେ।  ଏମିତିକି ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଯାତ ହୋଇଥିଲା॥

ତେବେ ପରେ ହିତେଶ ଲୁଚି ଛପି ଆଉ ଜଣଙ୍କୁ ବାହା ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମହିଳା ଜଣଙ୍କ ବଲାଙ୍ଗୀର ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ଫେସବୁକରେ ହିତେଶଙ୍କ ସହ ଆଉ ଜଣେ ମହିଳାଙ୍କ ଫଟୋ ଦେଖିବା ପରେ ମହିଳା ଜଣଙ୍କ ହତବାକ ହୋଇଯାଇଥିଲେ।  ଏହାପରେ ସେ ହିତେଶଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ମାରି ଦେବାର ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଘଟଣା ପରେ ହିତେଶ ଫେରାର ଅଛନ୍ତି ।  ଏହି ଘଟଣାରେ ୪୯୮ରେ ଏକ ମାମଲା ରୁଜୁ କରାଯାଇଥିବା ବଲାଙ୍ଗୀର ପୋଲିସ କହିଛି। ଘଟଣାର ତଦନ୍ତ କରାଯାଉ ଥିବା  ସେ କହିଛନ୍ତି।