ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଏସବୁ ଫାଇଦା

ଆମ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ପାଣିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମଣିଷ ଶରୀରରେ ପ୍ରାୟ ୬୦ ପ୍ରତିଶତ ପାଣି ରହିଛି। ଏହା ଶରୀରର ଅଙ୍ଗ ଓ କୋଷିକାଗୁଡ଼ିକର ରକ୍ଷା କରିଥାଏ। ଏହା ବ୍ୟତୀତ ପାଣି ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ସକାଳେ ଉଠିବା ପରେ ଆମ ଶରୀରକୁ ପାଣିର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ତେଣୁ ସକାଳୁ ଉଠି ଆପଣଙ୍କୁ ୨ ରୁ ୩ ଗ୍ଲାସ୍ ପାଣି ପିଇବା ଉଚିତ। ତେବେ ଆସନ୍ତୁ […]

water

water

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 10:32 AM IST

Sports

Latest News

ଆମ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ପାଣିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମଣିଷ ଶରୀରରେ ପ୍ରାୟ ୬୦ ପ୍ରତିଶତ ପାଣି ରହିଛି। ଏହା ଶରୀରର ଅଙ୍ଗ ଓ କୋଷିକାଗୁଡ଼ିକର ରକ୍ଷା କରିଥାଏ। ଏହା ବ୍ୟତୀତ ପାଣି ଆମ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ସକାଳେ ଉଠିବା ପରେ ଆମ ଶରୀରକୁ ପାଣିର ଅତ୍ୟନ୍ତ ଆବଶ୍ୟକତା ରହିଥାଏ। ତେଣୁ ସକାଳୁ ଉଠି ଆପଣଙ୍କୁ ୨ ରୁ ୩ ଗ୍ଲାସ୍ ପାଣି ପିଇବା ଉଚିତ। ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ।

  • ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ। ଯାହାଫଳରେ ରକ୍ତ ସଫା ହୁଏ ଓ ଚେହେରାରେ ଚମକ ଆସିଥାଏ।
  • ଖାଲି ପେଟରେ ପାଣି ପିଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏହା ଶରୀରକୁ ବିଭିନ୍ନ ଇନ୍‌ଫେକ୍ସନ୍‌ରୁ ବଞ୍ଚାଇଥାଏ। ଜାପାନୀ ମେଡିକାଲ ସୋସାଇଟି ଅନୁଯାୟୀ ସକାଳୁ ଖାଲିପେଟରେ ପାଣି ପିଇବା ଦ୍ୱାରା ଶରୀରକୁ ମୁଣ୍ଡବିନ୍ଧା, ଗୋଡ଼ ହାତ ଦରଜ, ହୃତପିଣ୍ଡ ଜନିତ ରୋଗ, ଏପିଲେପ୍ସି, ମୋଟାପଣ, ଆଜମା, ଟିବି, କିଡ଼ନୀ ଓ ୟୁରିନ୍ ଜନିତ ରୋଗ, ଗ୍ୟାସ୍, ଡାଇବେଟିସ, ଡାଇରିଆ, ଅର୍ଶ, କୋଷ୍ଠ କାଠିନ୍ୟ, କ୍ୟାନ୍‌ସର୍ ଏବଂ ଆଖି, ନାକ, କାନ ଓ ଗଳାର ବିଭିନ୍ନ ରୋଗ ସହ ଲଢ଼ିବାର ଶକ୍ତି ମିଳିଥାଏ। ସଠିକ୍ ମାତ୍ରାରେ ପାଣି ପିଇଲେ ଏହି ସବୁ ରୋଗର ଚିକିତ୍ସାରେ ମଧ୍ୟ ସାହାଯ୍ୟ ମିଳିଥାଏ।
  • ସକାଳେ ଖାଲି ପେଟରେ ପାଣି ପିଇଲେ ଶରୀରରେ ମେଟାବୋଲିଜିମ୍ ସକ୍ରିୟ ହୋଇଥାଏ। ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ। ଖାଲି ପେଟରେ ପାଣି ପିଇଲେ ଶରୀରରେ ନୂଆ କୋଷିକାର ନିର୍ମାଣ ହୋଇଥାଏ। ଏହା ବ୍ୟତୀତ ମାଂଶପେଶୀ ମଧ୍ୟ ମଜଭୁତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos