ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳିମାଡ଼

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ବଡ଼ଗୋରଡ଼ାରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଡ୍ରାଇଭରଙ୍କ ଉପରକୁ ଗୁଳିମାଡ଼ ହୋଇଛି।  ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ  କରୁଛି।

ସିମେଣ୍ଟ ଲୁଟ୍ ପାଇଁ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ଡ୍ରାଇଭରଙ୍କୁ ଗୁଳି ମାରି ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।