ବାଲେଶ୍ୱରରେ ବ୍ରାଉନ୍‌ସୁଗର: ନିଶା ନକ୍ସାରେ ପଶ୍ଚିମବଙ୍ଗ ସୀମାନ୍ତ‍

ବାଲେଶ୍ୱର(ରାଜକିଶୋର ବେହେରା) : ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାର ଯୁବକଙ୍କ ହାତରେ ବ୍ରାଉନ୍‌ସୁଗର। ନିଶା ସେବନ ପରେ ଆରମ୍ଭ ହୋଇ ଯାଉଛି ଅସାମାଜିକ କାର୍ଯ୍ୟ। ଅଞ୍ଚଳକୁ ଏ ନିଶାଦ୍ରବ୍ୟ କେଉଁଠି ଓ କେମିତି ଆସୁଛି ତାହାର ସୁରାକ୍‌ କାହା ପାଖରେ ନାହିଁ। ବାଲେଶ୍ୱର କୁଲାଡ ଅଞ୍ଚଳ। ଦିନ ଦ୍ୱି’ପ୍ରହରରେ ଏଠାରେ ସିଲଭର ପେପରରେ ବ୍ରାଉନ୍‌ସୁଗର ରଖି ସେଥିରେ ନିଆଁ ଲଗାଇ ଧୂଆଁକୁ ଟାଣୁଛନ୍ତି ଯୁବକ। କେବଳ କୁଲାଡ ନୁହେଁ ବାଲିଘାଟ, ସୁନହଟ, ଅରଡ଼ବଜାର ଓ ଜିଲ୍ଲା ସ୍କୁଲପଡ଼ିଆର […]

balasore

balasore

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 07:01 PM IST

Sports

Latest News

ବାଲେଶ୍ୱର(ରାଜକିଶୋର ବେହେରା) : ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାର ଯୁବକଙ୍କ ହାତରେ ବ୍ରାଉନ୍‌ସୁଗର। ନିଶା ସେବନ ପରେ ଆରମ୍ଭ ହୋଇ ଯାଉଛି ଅସାମାଜିକ କାର୍ଯ୍ୟ। ଅଞ୍ଚଳକୁ ଏ ନିଶାଦ୍ରବ୍ୟ କେଉଁଠି ଓ କେମିତି ଆସୁଛି ତାହାର ସୁରାକ୍‌ କାହା ପାଖରେ ନାହିଁ।

ବାଲେଶ୍ୱର କୁଲାଡ ଅଞ୍ଚଳ। ଦିନ ଦ୍ୱି’ପ୍ରହରରେ ଏଠାରେ ସିଲଭର ପେପରରେ ବ୍ରାଉନ୍‌ସୁଗର ରଖି ସେଥିରେ ନିଆଁ ଲଗାଇ ଧୂଆଁକୁ ଟାଣୁଛନ୍ତି ଯୁବକ। କେବଳ କୁଲାଡ ନୁହେଁ ବାଲିଘାଟ, ସୁନହଟ, ଅରଡ଼ବଜାର ଓ ଜିଲ୍ଲା ସ୍କୁଲପଡ଼ିଆର ପରିତ୍ୟକ୍ତ ଅଞ୍ଚଳରେ ନିଶାଖୋରଙ୍କ ଆଡ୍ଡା ଜମୁଛି। ଏ ସବୁ ସ୍ଥାନରେ ଖଟି ସାଙ୍ଗକୁ ନିଶା କାରବାରର ଆସର ଜମୁଛି। ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହେଉଛନ୍ତି। ଏପରିକି ସ୍କୁଲ ଓ କଲେଜ ପିଲାମାନେ ମଧ୍ୟ ନିଶା ଆସରରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗରୁ ରାଜଧାନୀ

ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲା ହେଉଛି ବାଲେଶ୍ୱର। ଏଠାକୁ ଖଡ଼ଗପୁର ଓ କୋଲକାତାରୁ ପ୍ରତିଦିନ ବ୍ରାଉନ୍‌ସୁଗର ଆସୁଛି। ଏହାର ଚେର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ୱିଛି। ବ୍ୟବସାୟୀମାନେ ୨୦ରୁ ୬୦ ହଜାର ଟଙ୍କାର ପ୍ୟାକେଟ୍‌ ତିଆରି କରନ୍ତି। ପରେ ସେହି ପ୍ୟାକେଟ୍‌କୁ ବାଲେଶ୍ୱର, ସୋର, ଭଦ୍ରକ, କଟକ ଓ ଭୁବନେଶ୍ୱରରେ ରହୁଥିବା ଏଜେଣ୍ଟଙ୍କ ପାଖକୁ ପଠାଇ ଥାନ୍ତି। ଏହି କାରବାର ପଛରେ କେତେକ ପୋଲିସ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହେଉଛି।

ସହର ପରେ ଗାଁରେ...

ବ୍ରାଉନ୍‌ସୁଗର କାରବାର କେବଳ ସହରରେ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ହେଉଛି। ଗ୍ରାମାଞ୍ଚଳର କେତେକ ଯୁବକଙ୍କୁ ଧରି ନିଶା ବ୍ୟବସାୟୀମାନେ ସେମାନଙ୍କ କାୟା ବିସ୍ତାର କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରେକର୍ଡ ଅନୁସାରେ ଗତ ଦୁଇ ବର୍ଷରେ ମାତ୍ର ୬ ଜଣ ନିଶା ବେପାରୀଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ୪ଟି ମାମଲା ରୁଜୁ କରିଛି। ଏହି ତଥ୍ୟକୁ ଦେଖିଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ପରି ଲାଗୁଛି।

ବାଲେଶ୍ୱର ବାସିନ୍ଦା ରଞ୍ଜନ ବାଗ କହିଛନ୍ତି,“ନିଶା କାରବାର ରୋକିବା ଦାୟିତ୍ୱରେ ଥିବା ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରୁ ନାହାନ୍ତି। ଏଥିପାଇଁ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି।”

ବାଲେଶ୍ୱର ଏସ୍‌ପି ନୀତି ଶେଖର କହିଛନ୍ତି,“ନିଶା କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଯେଉଁମାନେ ଗିରଫ ହେଉଛନ୍ତି ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଆଗକୁ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯିବ।”

https://www.youtube.com/watch?v=6-cvEEqzaT0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos