ଦୁର୍ଗାପୂଜା ପାଇଁ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା ବଢ଼ିଲା

କଟକ: ଦୁର୍ଗାପୂଜା ପାଇଁ ଦ୍ୱୈତ୍ୟନଗରୀ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍‌ ଓ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ୩୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପରେ ସିସିଟିଭି ଲାଗଯିବା ସହିତ ଚାନ୍ଦିମେଢ ପୂଜା ମଣ୍ଡପରେ ଆର୍ମଗାର୍ଡ଼ଙ୍କୁ ମୁତୟନ କରାଯାଇଛି। ସେହିପରି କଟକରେ ୫୪ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ସହ ଷ୍ଟ୍ରାଇକିଙ୍ଗ ଫୋର୍ସ […]

commissionerate

commissionerate

Rakesh Mallick
  • Published: Friday, 07 October 2016
  • Updated: 07 October 2016, 09:56 PM IST

Sports

Latest News

commissionerateକଟକ: ଦୁର୍ଗାପୂଜା ପାଇଁ ଦ୍ୱୈତ୍ୟନଗରୀ କଟକ ଓ ଭୁବନେଶ୍ୱରରେ ଟ୍ରାଫିକ୍‌ ଓ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏଥିପାଇଁ ଭୁବନେଶ୍ୱରରେ ୩୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପରେ ସିସିଟିଭି ଲାଗଯିବା ସହିତ ଚାନ୍ଦିମେଢ ପୂଜା ମଣ୍ଡପରେ ଆର୍ମଗାର୍ଡ଼ଙ୍କୁ ମୁତୟନ କରାଯାଇଛି।

ସେହିପରି କଟକରେ ୫୪ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ସହ ଷ୍ଟ୍ରାଇକିଙ୍ଗ ଫୋର୍ସ ଓ କୁଇକ୍‌ ରିଆକ୍ସନ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ଆସନ୍ତାକାଲିଠାରୁ ସନ୍ଧ୍ୟା ୫ରୁ ରାତି ୧୨ଟା ପର୍ଯ୍ୟନ୍ତ ୱାନ୍‌ ୱେ ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ସମୀକ୍ଷା ବୈଠକରେ ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos