ଘରେ ବସି ହୁଅନ୍ତୁ ସ୍ୱାବଲମ୍ବୀ: ଜାଣନ୍ତୁ ଟଙ୍କା ରୋଜଗାରର ଏସବୁ ଉପାୟ

ଖାଲି ଅଫିସ୍‌ରେ କାମ କରି ଆପଣ ଅର୍ଥ ରୋଜଗାର କରିପାରିବେ ତାହା ନୁହଁ। ଟଙ୍କା ରୋଜଗାର ପାଇଁ ବହୁ ଉପାୟ ଅଛି।  ନିଜ ବୁଦ୍ଧି ଖଟାଇ ଆପଣ ଘରେ ବସି ହୋଇପାରିବେ ମାଲାମାଲ। ଏଥିପାଇଁ ଅନେକ ଟିପ୍ସ ମଧ୍ୟ ଅଛି।  ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଘରେ ବସି ଆପଣ ରୋଜଗାରକ୍ଷମ ହୋଇପାରିବେ।

ଟିଫିନ୍‌ ସର୍ଭିସ୍‌

ଅଧିକାଂଶ ବ୍ୟକ୍ତି ବା ପିଲା ଟିଫିନ୍‌ ଉପରେ ନିର୍ଭର କରିଥାନ୍ତି। ଟିଫିନ୍‌ ପ୍ରସ୍ତୁତ କରିବା ଲାଗି ମଧ୍ୟ ଅଧିକ ସମୟ ଲାଗି ନଥାଏ। ସ୍ୱଳ୍ପ ସମୟରେ ଘରେ ବସି ଆପଣ ଏହାକୁ ତିଆରି କରି ଅର୍ଥ ରୋଜଗାର କରିପାରିବେ।ବିୟୁଟି ପାର୍ଲର

ସଜେଇ ହେବା ସମସ୍ତଙ୍କୁ ପସନ୍ଦ। ଏଥିପାଇଁ ଭଲ ମାଧ୍ୟମ ହେଉଛି ବିୟୁଟି ପାର୍ଲର। କେବଳ ମହିଳା ଲାଗି ନୁହେଁ ପୁରୁଷମାନେ ମଧ୍ୟ ବିୟୁଟି ପାର୍ଲର ଖୋଲି ଅର୍ଥ କମାଇପାରିବେ। ବିୟୁଟି ପ୍ରଡକ୍ଟ ଓ ପାର୍ଲରରେ ବ୍ୟବହାର ହେଉଥିବା ମେସିନ୍‌କୁ ରଖି ଆପଣ ପାର୍ଲର ଖୋଲିପାରିବେ।ସ୍ନାକ୍ସ

ବିସ୍କିଟ, ପାମ୍ପଡ, ଆଚାର ଯଦି ଘର ପାଇଁ ତିଆରି କରୁଥାନ୍ତି ତେବେ ଏହାକୁ ବ୍ୟବସାୟ କରି ଘର ପାଇଁ ଅର୍ଥ ରୋଜଗାର କରିପାରିବେ। ଆପଣ ଏହାକୁ ଆଖପାଖରେ ବିକ୍ରିକରି ଭଲ ପଇସା କମେଇପାରିବେ।ଗିଫ୍ଟ ଦୋକାନ

ବିଭିନ୍ନ ପର୍ବପର୍ବାଣୀ ହେଉ ଅବା ଜନ୍ମଦିନ ଏପରି କାର୍ଯ୍ୟକ୍ରମରେ ଉପହାର ଦିଆନିଆ ହୋଇଥାଏ। ଜଗ୍‌ ହେଉ ଅବା ଟି-ସର୍ଟରେ ଫଟୋ ପ୍ରିଣ୍ଟିଂ। ଆଜିକାଲି ଏହାର ଖୁବ୍‌ ଡିମାଣ୍ଡ। ଏହି ବ୍ୟବସାୟ ଆରମ୍ଭ କରିବା ଲାଗି ପ୍ରିଣ୍ଟିଂ ମେସିନ୍‌ ଓ କିଛି ରଙ୍ଗର ଆବଶ୍ୟକତା ପଡିଥାଏ।ଫିଟ୍‌ନେସ୍‌ ସେଣ୍ଟର

ଜିମ୍‌ ଯିବା ଆଜିକାଲି ଏକ ଫ୍ୟାସନ ପାଲଟିଗଲାଣି। କମ୍‌ ଟଙ୍କାରେ ଫିଟ୍‌ନେସ୍‌ ସେଣ୍ଟର ଖୋଲିବା ଏକ ଭଲ ବିକଳ୍ପ। ଆପଣ ମଧ୍ୟ ବ୍ୟାୟାମ ପାଇଁ ଜରୁରୀ ମେସିନ୍‌ ଲଗାଇପାରିବେ। ଜିମ୍‌ ଛୋଟ ହୋଇଥିଲେ ମଧ୍ୟ ମେସିନ୍‌ ଭଲ ଥିଲେ ଜିମ୍‌ ଆସିବାକୁ ସମସ୍ତେ ପସନ୍ଦ କରିବେ।