ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଜାଣନ୍ତୁ ନିଜକୁ ସୁସ୍ଥ ଓ ଫିଟ୍ ରଖିବାର କିଛି ଉପାୟ

ଅନେକ ଲୋକ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ୍ ସଚେତନ। ସେମାନେ ଖାଇବା ପିଇବା ପ୍ରତି ଯେତିକି ଧ୍ୟାନ ଦିଅନ୍ତି, ବ୍ୟାୟାମ ଉପରେ ବି ସେତିକି ଗୁରୁତ୍ୱ ଦିଅନ୍ତି। କିନ୍ତୁ ଆଉ କିଛି ଲୋକ ସ୍ୱାସ୍ଥ୍ୟ ପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ। ସେମାନେ ନା କୌଣସି ଶାରୀରିକ କାର୍ଯ୍ୟ କରନ୍ତି ନା ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତି। ତେବେ ଲମ୍ବା ସମୟ ଧରି ଏପରି ଚାଲିଲେ ବିଭିନ୍ନ ରୋଗ ମାଡ଼ିବସେ। ବ୍ୟସ୍ତ ବହୁଳ ଜୀବନ ଭିତରେ କିଛି […]

fitness

fitness

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 12:58 PM IST

Sports

Latest News

ଅନେକ ଲୋକ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ୍ ସଚେତନ। ସେମାନେ ଖାଇବା ପିଇବା ପ୍ରତି ଯେତିକି ଧ୍ୟାନ ଦିଅନ୍ତି, ବ୍ୟାୟାମ ଉପରେ ବି ସେତିକି ଗୁରୁତ୍ୱ ଦିଅନ୍ତି। କିନ୍ତୁ ଆଉ କିଛି ଲୋକ ସ୍ୱାସ୍ଥ୍ୟ ପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ। ସେମାନେ ନା କୌଣସି ଶାରୀରିକ କାର୍ଯ୍ୟ କରନ୍ତି ନା ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତି। ତେବେ ଲମ୍ବା ସମୟ ଧରି ଏପରି ଚାଲିଲେ ବିଭିନ୍ନ ରୋଗ ମାଡ଼ିବସେ। ବ୍ୟସ୍ତ ବହୁଳ ଜୀବନ ଭିତରେ କିଛି ଜିନିଷ ପ୍ରତି ସଚେତନ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସେଥିପାଇଁ କେବଳ ଗୋଟିଏ ଜିନିଷ ଲୋଡ଼ା; ତାହା ହେଉଛି ମନୋବଳ। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରେ ଆମେ ଆପଣଙ୍କୁ ଫିଟ୍‌ ଓ ଫାଇନ୍ ରହିବାର ଏମିତି କିଛି ଟିପ୍ସ ଦେବୁ ଯାହାକୁ ଆପଣ ସହଜରେ କରିପାରିବେ।

ଯଦି ଆପଣ ହେଲ୍‌ଦି ଓ ଫିଟ୍‌ ରହିବାକୁ ଚାହୁଁଛନ୍ତି, ତା’ହେଲେ ଏହି ଅଭ୍ୟାସ ଗୁଡ଼ିକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ।

୧- ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ: ଶରୀରର କ୍ଲିନିଂ ଓ ହାଇଡ୍ରେସନ ପାଇଁ ଯେତେ ସମ୍ଭବ ପାଣି ପିଇବାକୁ ଚେଷ୍ଟା କରନ୍ତୁ। ଦୈନିକ ‌୬ଗ୍ଲାସ ପାଣି ପିଅନ୍ତୁ।

୨- ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ: ପୋଷକ ତତ୍ତ୍ୱରେ ଭରପୂର ଫଳ ଓ ପନିପରିବାକୁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ।

୩- ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ: ସକାଳର ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। କେବେ ହେଲେ ଖାଲି ପେଟରେ ରୁହନ୍ତୁ ନାହିଁ।

୪-  ଉପଯୁକ୍ତ ସମୟ ଶୁଅନ୍ତୁ: ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ୮ ରୁ ୯ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।

୫-  ରେଗୁଲାର ଚେକ୍‌ଅପ୍: ରେଗୁଲାର୍ ମେଡିକାଲ ଚେକ୍‌ଅପ୍ କରାନ୍ତୁ। ଏହାଦ୍ୱାରା ଯଦି କୌଣସି ରୋଗ ଶରୀରରେ ବିକଶିତ ହେଉଥିବ ତେବେ ଜଣାପଡ଼ିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos