ଏଟି ଚିଟ୍‌ଫଣ୍ଡ:୧୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌, ଜାଣନ୍ତୁ କେଉଁଠି କେତେ ଜମି ଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥତତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ୧୨ କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।  ଅର୍ଥ ହେରଫେର ନିରୋଧ ଆଇନ ୨୦୦୨ ଅଧିନିୟମ ବଳରେ ଏହି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ସମ୍ପତ୍ତି ମଧ୍ୟରେ ବାଲେଶ୍ୱରର ୨.୪ ଓ ଭୁବନେଶ୍ୱରର ୪ ଏକର ଜମି। ଏହି ସବୁ ସମ୍ପତ୍ତି ଅର୍ଥତତ୍ୱ ଗ୍ରୁପ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ରହିଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା […]

pradeep sethi

pradeep sethi

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 02:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥତତ୍ୱ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ୧୨ କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।  ଅର୍ଥ ହେରଫେର ନିରୋଧ ଆଇନ ୨୦୦୨ ଅଧିନିୟମ ବଳରେ ଏହି ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ସମ୍ପତ୍ତି ମଧ୍ୟରେ ବାଲେଶ୍ୱରର ୨.୪ ଓ ଭୁବନେଶ୍ୱରର ୪ ଏକର ଜମି। ଏହି ସବୁ ସମ୍ପତ୍ତି ଅର୍ଥତତ୍ୱ ଗ୍ରୁପ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ରହିଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଇଡି ୧୩୩ କୋଟି ୧୯ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ କରିଛି। ପୂର୍ବର ଚିଟ୍‌ଫଣ୍ଡ ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଏଟି ମୁଖ୍ୟ ପ୍ରଦୀପ ସେଠୀ।

ଏପ୍ରିଲ ୬ ତାରିଖରେ ପ୍ରଦୀପଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭୁବେନେଶ୍ୱର ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟ। ଏଥିସହିତ କଂପାନୀ ନିର୍ଦେଶକ ମନୋଜ୍‌ ପଟ୍ଟନାୟକଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ପ୍ରଦୀପ ସେଠୀଙ୍କୁ ୭ ହଜାର ଓ ମନୋଜ ପଟ୍ଟନାୟକଙ୍କୁ ୪ ହଜାର ଟଙ୍କା  ଜରିମାନା ଦେବାକୁ ନିର୍ଦେଶ ମଧ୍ୟ ଦେଇଥିଲେ। ୨୫୦ କୋଟି ଟଙ୍କା ଜମା କରିବାକୁ ଏଟି ଗ୍ରୁପ୍‌କୁ ନିର୍ଦେଶ ଦେଇଥିଲେ କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos