ହେବକି ଆଗୁଆ ନିର୍ବାଚନ? କେଉଁ ଦଳ କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଆଗୁଆ ହେବାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତାବର୍ଷ ଶେଷବେଳକୁ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତ ବୋଲି କହିବା ପରେ ସରଗରମ୍ ହୋଇଛି ରାଜ୍ୟ ରାଜନୀତି। ବିଜେଡି ସରକାର ମଧ୍ୟ ଆଗୁଆ ନିର୍ବାଚନ ସପକ୍ଷରେ ଥିବା ନେଇ ମତ ଦେଇଛନ୍ତି। ସେପଟେ ବିଜେପି ମଧ୍ୟ ନିର୍ବାଚନ ନେଇ ପ୍ରସ୍ତୁତ ବୋଲି କହିଥିବା ବେଳେ କଂଗ୍ରେସ କହିଛି ଏକା ସାଙ୍ଗରେ […]

election-commission-22

election-commission-22

Rakesh Mallick
  • Published: Friday, 06 October 2017
  • Updated: 06 October 2017, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଆଗୁଆ ହେବାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତାବର୍ଷ ଶେଷବେଳକୁ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତ ବୋଲି କହିବା ପରେ ସରଗରମ୍ ହୋଇଛି ରାଜ୍ୟ ରାଜନୀତି। ବିଜେଡି ସରକାର ମଧ୍ୟ ଆଗୁଆ ନିର୍ବାଚନ ସପକ୍ଷରେ ଥିବା ନେଇ ମତ ଦେଇଛନ୍ତି। ସେପଟେ ବିଜେପି ମଧ୍ୟ ନିର୍ବାଚନ ନେଇ ପ୍ରସ୍ତୁତ ବୋଲି କହିଥିବା ବେଳେ କଂଗ୍ରେସ କହିଛି ଏକା ସାଙ୍ଗରେ ନିର୍ବାଚନ କଲେ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ।

ନିର୍ବାଚନ କମିଶନରଙ୍କ ମନ୍ତବ୍ୟରୁ ସଙ୍କେତ ମିଳୁଛି, ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ଆଗୁଆ ହୋଇପାରେ। ତେବେ ଏଭଳି ସ୍ଥିତିରେ ୨୦୧୮ ସେପ୍ଟେମ୍ବରେ ନିର୍ବାଚନ ହେଲେ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ଆଗକୁ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛୁ।”

୨୦୧୮ ଜାନୁଆରୀରୁ ଡିସେମ୍ବର ଭିତରେ ୭ଟି ଓ  ୨୦୧୯ ଜାନୁଆରୀରୁ ଜୁଲାଇ ଭିତରେ ୮ଟି ରାଜ୍ୟରେ ନିର୍ବାଚିତ ସରକାରଙ୍କ ଅବଧି ଶେଷ ହେବ। ନଭେମ୍ବରରେ  ମହାରାଷ୍ଟ୍ର ଓ ହରିୟାନାରେ ମଧ୍ୟ ନିର୍ବାଚିତ ସରକାର ଅବଧି ସରିବ। ତେବେ ଏହି ୧୫ଟି ରାଜ୍ୟ ମଧ୍ୟରୁ ଲୋକସଭା ସହ କେଉଁ କେଉଁ ରାଜ୍ୟ ଏକାଠି ବିଧାନସଭା ନିର୍ବାଚନ କରାଇବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଏକା ସାଙ୍ଗରେ ନିର୍ବାଚନ ନେଇ ବିଭିନ୍ନ ସମୟରେ ଆଲୋଚନା ଜାରି ରହିଛି। ଆୟୋଗ ସବୁବେଳେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସେପ୍ଟେମ୍ୱର ୨୦୧୮ରେ ଏକାଠି ନିର୍ବାଚନ ହେଲେ ୪୦ ଲକ୍ଷ ଇଭିଏମ୍ ଓ ଭିଭିପିଏଟି ମେସିନର ଆବଶ୍ୟକତା ରହିଛି।   ଏଥିପାଇଁ କେନ୍ଦ୍ର ସରକାର କମିଶନଙ୍କୁ ସାଢେ ୧୫ ହଜାର କୋଟି ଟଙ୍କା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏକାଠି ନିର୍ବାଚନ ସମପକ୍ଷରେ ଅଛନ୍ତି।

କିଏ କ’ଣ କୁହିଛନ୍ତି

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଆଗୁଆ ନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତେବେ ନିର୍ବାଚନ ପୂର୍ବରୁ ପରିସଂଖ୍ୟନ କରିବା ମୁର୍ଖାମୀର ପରିଚୟ।”

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍ କହିଛନ୍ତି-“ଲୋକସଭା ଓ ବିଧାନସଭା ନିର୍ବାଚନ ଆଗୁଆ ହେଲେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ରହିଛନ୍ତି-“ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ସମ୍ୱିଧାନରେ ବ୍ୟବସ୍ଥା ନାହିଁ। ଯଦି ନିର୍ବାଚନ ହୁଏ, ତାହାହେଲେ ସମ୍ୱିଧାନରେ ସଂଶୋଧନ କରାଯିବା ଆବଶ୍ୟକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos