ଯୁକ୍ତ ତିନି ପ୍ରଥମ ବର୍ଷର ଇଲେକ୍ଟିଭ୍‌ ତାଲିକାରୁ କିଛି ବିଷୟ ବାଦ୍‌

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଅଜବ ନିୟମକୁ ନେଇ ଛାତ୍ରଛାତ୍ରୀମାନେ ଅଡୁଆରେ ପଡ଼ିଛନ୍ତି। ବର୍ଷ ମଝିରେ ଯୁକ୍ତ ତିନି ପ୍ରଥମ ବର୍ଷର କିଛି ପ୍ରମୁଖ ବିଷୟକୁ ଇଲେକ୍ଟିଭ୍‌ ତାଲିକାରୁ ବାଦ୍‌ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ  ଅଧ୍ୟକ୍ଷଙ୍କୁ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଠ ପଢ଼ା ଆରମ୍ଭ ହୋଇ ଛଅ ମାସ ଅତିବାହିତ ହେବା ପରେ ହଠାତ୍‌ କଳାରୁ ଏଜୁକେସନ, ସୋସିଓଲୋଜି ଏବଂ ଆନଥ୍ରୋପଲୋଜି ବିଷୟକୁ […]

bhu

bhu

Rakesh Mallick
  • Published: Monday, 12 December 2016
  • Updated: 12 December 2016, 10:18 PM IST

Sports

Latest News

elective subjectଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଅଜବ ନିୟମକୁ ନେଇ ଛାତ୍ରଛାତ୍ରୀମାନେ ଅଡୁଆରେ ପଡ଼ିଛନ୍ତି। ବର୍ଷ ମଝିରେ ଯୁକ୍ତ ତିନି ପ୍ରଥମ ବର୍ଷର କିଛି ପ୍ରମୁଖ ବିଷୟକୁ ଇଲେକ୍ଟିଭ୍‌ ତାଲିକାରୁ ବାଦ୍‌ ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ  ଅଧ୍ୟକ୍ଷଙ୍କୁ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପାଠ ପଢ଼ା ଆରମ୍ଭ ହୋଇ ଛଅ ମାସ ଅତିବାହିତ ହେବା ପରେ ହଠାତ୍‌ କଳାରୁ ଏଜୁକେସନ, ସୋସିଓଲୋଜି ଏବଂ ଆନଥ୍ରୋପଲୋଜି ବିଷୟକୁ ବାଦ୍‌ ଦିଆଯାଇଛି। ସେହିଭଳି ବିଜ୍ଞାନରେ ଗଣିତ ଭଳି ବିଷୟକୁ ବାଦ୍‌ ଦିଆଯାଇଛି । ଏସବୁ ବିଷୟରେ ବର୍ଷ ଆରମ୍ଭରୁ ପାଠପଢ଼ା ସରିଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିୟମକୁ ନେଇ  ଛାତ୍ରଛାତ୍ରୀ ଅଡୁଆରେ ପଡ଼ିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମସ୍ତ ଯୁକ୍ତ ତିନି କଲେଜ ଏବଂ ଡିଷ୍ଟାନସ୍‌ ଏଜୁକେସନ, ସାଇନସ୍‌ ଏବଂ ଆର୍ଟସ ବିଭାଗ କ୍ଷେତ୍ରରେ ଇଲେକଟିଭ୍‌ ଭାବେ କେଉଁ ବିଷୟ ରହିବ ସେ ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା  ନିୟନ୍ତ୍ରକ ପ୍ରଦୀପ ବେହେରା କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଯୁକ୍ତ ତିନି ପ୍ରଥମ ବର୍ଷର ଆର୍ଟସ ବିଭାଗର ଇଲେକଟିଭ୍‌ ଭାବେ ଇତିହାସ, ରାଜନୀତିବିଜ୍ଞାନ, ଅର୍ଥନୀତି, ଓଡ଼ିଆ, ସଂସ୍କୃତ ଏବଂ ଭୂଗୋଳ ବିଷୟ ରହିବ। ସେହିପରି ସାଇନସ୍ କ୍ଷେତ୍ରରେ ଫିଜିକ୍ସ, କେମେଷ୍ଟ୍ରି, ବଟାନି ଏବଂ ଜୁଲୋଜି ବିଷୟ ରହିବ। ଏନେଇ ଛାତ୍ରଛାତ୍ରୀଙ୍କ ଏକ୍ଟ୍ରା କ୍ଲାସ କରି ସିଲାବସ୍‌  ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଏହାକୁ ନେଇ ଚଣ୍ଡିଖୋଲ ସ୍ଥିତ ଭୈରବାନନ୍ଦ କଲେଜ କ୍ୟାମ୍ପସରେ  ଛାତ୍ରଛାତ୍ରୀମାନେ  ନାରାବାଜି କରିଥିଲେ।

ଜଣେ ଛାତ୍ର  ଶ୍ରୀତମ ପୃଷ୍ଟି କହିଛନ୍ତି,“ଇଲେକଟିଭ୍‌ ବିଷୟ  ପ୍ରଥମ ସେମିଷ୍ଟାର ପର୍ଯ୍ୟନ୍ତ  ପାଠ ପଢ଼ା ସରିବା ପରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଜବ ନିଷ୍ପତ୍ତି  ନେଇଛନ୍ତି। ତିନୋଟି ଇଲେକଟିଭ୍‌ ବିଷୟ  ବନ୍ଦ କରି ଦିଆଯାଇଛି।”

ଭୈରବାନନ୍ଦ କଲେଜ ଅଧ୍ୟକ୍ଷା ସେହ୍ନଲତା ନାୟକ କହିଛନ୍ତି,“ଏହି ତିନୋଟି  ବିଷୟରେ ୬ ମାସ ହେଲା ପାଠ ପଢ଼ା  ସରିଲାଣି।  ଇଲେକଟିଭ୍‌ ବିଷୟ ବାଦ ନେଇ ପିଲାମାନେ ଅସନ୍ତୋଷ  ପ୍ରକାଶ କରିଛନ୍ତି।”

‘ଶିକ୍ଷାବିତ୍ ପ୍ରିତୀଷ ଆଚାର୍ଯ୍ୟ କହିଛନ୍ତି,“ପାଠ ପଢ଼ା ଆରମ୍ଭ ହୋଇ ଛଅ ମାସ ଅତିବାହିତ ହେବା ପରେ ହଠାତ୍‌ ଇଲେକଟିଭ୍‌ ବିଷୟ  ବାଦଦେବା ପରେ ଏଷ୍ଟ୍ରା କ୍ଲାସ କଲେ ମଧ୍ୟ କିଛି ଫଳପଦ ହେବ ନାହିଁ। ପିଲାମାନେ  ୬ମାସ ହେଲା ପଢ଼ି ସାରିଲେଣି। ପରିଚାଳନ ଗତ ତ୍ରୁଟି ପାଇଁ ପିଲାମାନେ କାହିଁକି ଦାୟୀ ହେବେ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos