ବଢ଼ିବନି ବିଜୁଳି ଶୁଳ୍କ: ଓଏଚ୍‌ଆରସି ଓ ଓପିଜିସିର ଆବେଦନ ଖାରଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିବନି ବିଜୁଳି ଦର। ବିଜୁଳି ଦର ବୃଦ୍ଧି ନେଇ ଓଏଚ୍‌ଆର୍‌ସି, ଓପିଜିସି ଓ ଗ୍ରୀଡକୋ ତରଫରୁ ଓଇଆର୍‌ସିଙ୍କ ନିକଟରେ ଆବେଦନ କରାଯାଇଥିଲା। ଆଜି ମାମଲାର ଶୁଣାଣି କରି ଓଏଚ୍‌ଆରସି ଓ ଓପିଜିସିର ଆବେଦନକୁ ଓଇଆର୍‌ସି ଖାରଜ କରିଦେଇଛନ୍ତି। ତେବେ ଗ୍ରୀଡ଼କୋ କରିଥିବା ଆବେଦନର ରାୟ ପ୍ରକାଶ ପାଇନାହିଁ। ମାମଲା ଖାରଜ ପରେ ବିଜୁଳି ଦର ବୃଦ୍ଧି ନହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଗତ ମାର୍ଚ୍ଚ ୨୩ ତାରିଖରେ ବିଜୁଳି ଶୁଳ୍କ ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ହୋଇଥିଲା। ଏହାର ୪ ମାସ ପରେ ଦର ସଂଶୋଧନ ଲାଗି ଓଏଚ୍‌ଆରସି, ଓପିଜିସି ଓ ଗ୍ରୀଡକୋ ଭଳି କିଛି ସଂସ୍ଥା ତରଫରୁ ରିଭୁପିଟିସନ୍ ଦାଖଲ କରାଯାଇଥିଲା। ଯେଉଁଥିରେ ବିଜୁଳି ଶୁଳ୍କ ୟୁନିଟ୍ ପିଛା ହାରାହାରି ୨ ଟଙ୍କା ଲେଖାଁଏ ବୃଦ୍ଧି କରିବାକୁ ଓଇଆରସିଙ୍କ ନକଟରେ ନିବେଦନ କରାଯାଇଥିଲା। ଗତ ଅଗଷ୍ଟ ୧୬ରେ ରିଭ୍ୟୁ ପିଟିସନ ନେଇ ଶୁଣାଣି ହୋଇଥିବା ବେଳେ ଆଜି ଓଇଆରସି ଓଏଚ୍‌ପିସି ଓ ଓପିଜିସିର ଆବେଦନକୁ ଖାରଜ କରିଦେଇଛନ୍ତି।