ଏନ୍‌ସେଫାଲାଇଟି ମୃତ୍ୟୁସଂଖ୍ୟା ୧୦୫କୁ ବୃଦ୍ଧି

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ଦୁଇ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଛି। ମୃତ ଶିଶୁ ଦ୍ୱୟ ହେଲେ କୋରକୋଣ୍ଡା ବ୍ଲକ ଅମାରକୁଣ୍ଡର ଲିଙ୍ଗା ପଡ଼ିଆମୀ (ଅଢେଇ ବର୍ଷ) ଏବଂ ପଡ଼ିଆ ବ୍ଲକ କତାଗୁଡ଼ାର ନିଲା ମାଡ଼କାମୀ (୩)। ଗତକାଲି କୋରକୋଣ୍ଡା ବ୍ଲକ ଦିଶାରିଗୁଡ଼ାର ରାମଚନ୍ଦ୍ର ନାଏଙ୍କର ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ୧୧ ତାରିଖରେ ଜିଲ୍ଲା […]

malkangiri1

malkangiri1

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 03:52 PM IST

Sports

Latest News

malkangiri1ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ଦୁଇ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଛି।

ମୃତ ଶିଶୁ ଦ୍ୱୟ ହେଲେ କୋରକୋଣ୍ଡା ବ୍ଲକ ଅମାରକୁଣ୍ଡର ଲିଙ୍ଗା ପଡ଼ିଆମୀ (ଅଢେଇ ବର୍ଷ) ଏବଂ ପଡ଼ିଆ ବ୍ଲକ କତାଗୁଡ଼ାର ନିଲା ମାଡ଼କାମୀ (୩)।

ଗତକାଲି କୋରକୋଣ୍ଡା ବ୍ଲକ ଦିଶାରିଗୁଡ଼ାର ରାମଚନ୍ଦ୍ର ନାଏଙ୍କର ଜିଲ୍ଲା ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା।

୧୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନୀ ଜ୍ୱରରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏକାଧିକ ପଦକ୍ଷେପ ନେଉଥିବା କହୁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ଗାଁ ଗୁଡିକରେ ଡାକ୍ତରୀ ଟିମ୍‌ ରହି ଚିକିତ୍ସା କରୁଛନ୍ତି। ଘୁଷୁରୀଙ୍କୁ ଜନବସତିଠାରୁ ଦୂରରେ ରଖାଯାଇଛି। ଏହି ରୋଗ ବ୍ୟାପିଥିବା ଗାଁ ଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଉଛି। ହେଲେ ରୋଗ ନିୟନ୍ତ୍ରଣ ହେବାର ନାଁ ନେଉନାହିଁ। ଏହି ରୋଗରେ ପ୍ରତିଦିନ ଶିଶୁଙ୍କ ଜୀବନ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos