ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ ଏନ୍ସେଫାଲାଇଟିସ୍ରେ ଆଜି ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ କୋରକୋଣ୍ଡା ବ୍ଲକ ପାଲକୋଣ୍ଡାର ଜୁଲି ମାଡ଼କାମୀ। ଜୁଲିଙ୍କୁ ମିଶାଇ ଏହି ରୋଗରେ ମୃତ୍ୟୁସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ପାଲକୋଣ୍ଡା ଗାଁରୁ ପ୍ରଥମେ ଜାପାନିଜ ଏନ୍ସେଫାଲାଇଟି ମୃତ୍ୟୁ ଅଭିଯୋଗ ଆସିଥିଲା। ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ପାଲକୋଣ୍ଡାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଲାଣି।
ବ୍ୟାପକ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଜିଲ୍ଲାରେ ରୋଗ ଥମିବାର ନାଁ ନେଉନାହିଁ।
ଗତ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।