ଏନ୍‌ସେଫାଲାଇଟିସ୍‌ ନେଲା ଆଉ ୩ ଜୀବନ, ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ପୁଣି ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି।

ମୃତ ଶିଶୁମାନେ ହେଲେ କୋରକୋଣ୍ଡା ବ୍ଲକ୍ ସୋନକୁଣ୍ଡା ଗାଁର ମୁନା ମାଢ଼ୀ (୧), ଆଲୁର ଗାଁର ରାଧିକ ମାଡ଼କାମୀ (୩) ଏବଂ ପଡ଼ିଆ ବ୍ଲକ କତାଗୁଡ଼ା ଗାଁର ରମେଶ ବିଷୋୟୀ (୩)।

ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋକିବା ଲାଗି ଆସନ୍ତା ୨୦,୨୧ ଓ ୨୨ ତାରିଖରେ ମାଲକାନଗିରି ଜିଲ୍ଲାରେ ଘର ଘର ବୁଲି ସର୍ଭେ କରାଯିବ। ତା’ପରେ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ୧ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଟିକା ଦିଆଯିବ ବୋଲି ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ହୋଇଛି।