ଏନ୍‌ସେଫାଲାଇଟିସ୍‌ ନେଇ ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ମାଲକାନଗିରିରେ ଜାପାନୀ ଜ୍ୱର ଆତଙ୍କକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିରୋଧୀଙ୍କ ମୋସନ ଉପରେ ଆଲୋଚନା ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ନରସିଂହ ଅଭିଯୋଗ କରିଥିଲେ,“ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ମାଲକାନଗିରିରେ ଶିଶୁ ମଡ଼କ ହେଲା। ପିଇବା ପାଣିଠାରୁ ଆରମ୍ଭ କରି ଜିଲ୍ଲାରେ ଖାଦ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି।” ସେ ଅଭିଯୋଗ କରିଥିଲେ,“ମେକ୍‌ ଇନ୍‌ […]

je

je

Rakesh Mallick
  • Published: Wednesday, 07 December 2016
  • Updated: 08 December 2016, 07:18 AM IST

Sports

Latest News

jeଭୁବନେଶ୍ୱର: ମାଲକାନଗିରିରେ ଜାପାନୀ ଜ୍ୱର ଆତଙ୍କକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିରୋଧୀଙ୍କ ମୋସନ ଉପରେ ଆଲୋଚନା ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ନରସିଂହ ଅଭିଯୋଗ କରିଥିଲେ,“ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ମାଲକାନଗିରିରେ ଶିଶୁ ମଡ଼କ ହେଲା। ପିଇବା ପାଣିଠାରୁ ଆରମ୍ଭ କରି ଜିଲ୍ଲାରେ ଖାଦ୍ୟ, ପରିମଳ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି।”

ସେ ଅଭିଯୋଗ କରିଥିଲେ,“ମେକ୍‌ ଇନ୍‌ ଓଡ଼ିଶାରେ ସରକାର ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମାଲକାଗିରିରେ ସ୍ୱାସ୍ଥ୍ୟ ସେବା ପାଇଁ ମାତ୍ର ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଦୁର୍ଭାଗ୍ୟଜନକ।”

ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏତେ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ମାଲକାନଗିରି ଗଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ,“ଜିଲ୍ଲାରେ ୨୭୦ ଶିଶୁ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁବରଣ କରିଛନ୍ତି। ସରକାର ତଥ୍ୟ ଲୁଚାଉଛନ୍ତି। ୧୨ ହଜାର ଟଙ୍କାର କ୍ଷତିପୂରଣ ଯଥେଷ୍ଟ ନୁହେଁ। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଆସିଛନ୍ତି।”

ବିରୋଧୀଙ୍କ ଅଭିଯୋଗର ଉତ୍ତର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ଅମାତ ରଖିଥିଲେ। ସେ କହିଥିଲେ,“ସରକାରଙ୍କ ପକ୍ଷରୁ ଜାପାନିଜ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଜିଲ୍ଲାରେ ମୋଟ ୧୦୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏନ୍‌ସେଫାଲାଇଟିସ୍‌ରେ ୩୭ ଜଣ ଏବଂ ଏଇଏସ୍‌ରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି। ବିରୋଧୀଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ।”

ସେହିପରି କେବିକେ ଅନୁଦାନ ହ୍ରାସ୍‌ ନେଇ ମୋସନ ଉପରେ ଗୃହରେ ଆଲୋଚନା ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ ଆଲୋଚନା ଆରମ୍ଭ କରି କେନ୍ଦ୍ର ସରକାର କେବିକେକୁ ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ,“କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ଦେଉନାହାନ୍ତି। ଏସ୍‌ସି, ଏସ୍‌ଟି ପିଲାଙ୍କ ଛାତ୍ରବୃତ୍ତି ଅନୁଦାନ କମ ଦେଉଛନ୍ତି।”

ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନରସିଂହ ସମାଲୋଚନା କରିଥିଲେ। ସେ କହିଥିଲେ,“କେନ୍ଦ୍ର ସରକାର ୮ଟି ଯୋଜନା ବନ୍ଦ କରିଛନ୍ତି। ୩୩ଟି ଯୋଜନାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ଅଞ୍ଚଳରେ ବିକାଶ ବାଧାପ୍ରାପ୍ତ ହୋଇଛି। ରାଜ୍ୟ ମଧ୍ୟ କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିପାରୁ ନାହାନ୍ତି। ଦଳମତ ନିର୍ବିଶେଷରେ କେବିବେ ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ଉଚିତ।”

 ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ କହିଥିଲେ,“କେବିକେକୁ ଯଥେଷ୍ଟ କେନ୍ଦ୍ରୀୟ ଅନୁଦାନ ମୁଳୁନାହିଁ। ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏହାର ପୁନର୍ବିଚାର କରାଯିବା ଆବଶ୍ୟକ। ୧୯୯୯ରୁ ୨୦୧୬ ମଧ୍ୟରେ କେବିକେକୁ ୨୯୭୬ କୋଟି ଟଙ୍କା ମିଳିଛି। ଏଥିରୁ ୨୯୫୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।”

ତେବେ କେବିକେକୁ ଅନୁଦାନ ଦେବାରେ କେନ୍ଦ୍ର କେବେ ଅବହେଳା କରି ନ ଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି,“ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିପାରୁ ନାହାନ୍ତି। କେବିକେ ଅଞ୍ଚଳକୁ ରାଜ୍ୟ ସରକାର ଠକୁଛନ୍ତି।”

କେବିକେ ଉପରେ ଆଲୋଚନା ହେବା ପରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story