ଏନ୍‌ସେଫାଲାଇଟିସ୍‌: ମାଲକାନଗିରିରେ ଆରମ୍ଭ ହେଲା ଜନ୍ମରୁ ୧୫ ବର୍ଷ ଶିଶୁଙ୍କ ଚିହ୍ନଟ ପ୍ରକ୍ରିୟା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଏକ ପଦକ୍ଷେପ ନିଆଯାଇଛି। ଆଜିଠାରୁ ଜିଲ୍ଲାରେ ଜନ୍ମରୁ ୧୫ ବର୍ଷ ପିଲାଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଡିସେମ୍ବର ୧ ତାରିଖରୁ ଚିହ୍ନଟ ପିଲାଙ୍କ ଟୀକାକରଣ କରାଯିବ। ଜିଲ୍ଲାବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ୮୯୦ଟି ଟିମ୍‌ଙ୍କୁ ମୁତୟନ କରାଯାଇଛି। ଅଙ୍ଗନୱାଡି କର୍ମୀ ସୁଚିତା ନାୟକ କହିଛନ୍ତି,“ଜାପାନିଜ ଏନ୍‌ସେଫାଲାଇଟିସ୍‌ ଟୀକାକରଣ […]

malkangiri

malkangiri

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 07:22 PM IST

Sports

Latest News

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଏକ ପଦକ୍ଷେପ ନିଆଯାଇଛି। ଆଜିଠାରୁ ଜିଲ୍ଲାରେ ଜନ୍ମରୁ ୧୫ ବର୍ଷ ପିଲାଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଡିସେମ୍ବର ୧ ତାରିଖରୁ ଚିହ୍ନଟ ପିଲାଙ୍କ ଟୀକାକରଣ କରାଯିବ।

ଜିଲ୍ଲାବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ୮୯୦ଟି ଟିମ୍‌ଙ୍କୁ ମୁତୟନ କରାଯାଇଛି।

ଅଙ୍ଗନୱାଡି କର୍ମୀ ସୁଚିତା ନାୟକ କହିଛନ୍ତି,“ଜାପାନିଜ ଏନ୍‌ସେଫାଲାଇଟିସ୍‌ ଟୀକାକରଣ ପାଇଁ ଆମେ ପିଲାମାନଙ୍କୁ ଚିହ୍ନଟ କରୁଛୁ। ଦୁଇଜଣ ଶିକ୍ଷକଙ୍କ ସହ ମୁଁ ଘର ଘର ବୁଲି ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଚିହ୍ନଟ କରୁଛି।”

ଶିକ୍ଷକ ବାଲାରାଜୁ ପାଢ଼ୀ କହିଛନ୍ତି,“ଜିଲ୍ଲାରେ ବ୍ୟାପିଥିବା ଏନ୍‌ସେଫାଲାଇଟିସ୍‌ ପାଇଁ ଟୀକାକରଣ କରାଯିବ। ଏଥିପାଇଁ କେତେ ଟୀକାର ଆବଶ୍ୟକତା ରହିଛି ସେଥିପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘର ଘର ବୁଲି ଜନ୍ମରୁ ୧୫ ବର୍ଷର ପିଲାଙ୍କୁ ଆମେ ଚିହ୍ନଟ କରୁଛୁ। ଚିହ୍ନଟ ପ୍ରକ୍ରିୟା ସରିବା ପରେ ରାଜ୍ୟ ସରକାର କେନ୍ଦ୍ରରୁ ଟୀକା ମଗାଇବେ। ଏହା ଚିହ୍ନଟ ପ୍ରକ୍ରିୟା ୩ ଦିନ ପର୍ଯ୍ୟନ୍ତ ଚାଲିବ।”

ସୂଚନାଯୋଗ୍ୟ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜ୍ୱରରେ ୧୧୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିସାରିଲାଣି। ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଏହି ଶିଶୁମାନଙ୍କ ମୃତ୍ୟୁ ଘଟିଯାଇଥିବା ଅଭିଯୋଗ ହେଉଛି। ତେବେ କେବଳ ଏନ୍‌ସେଫାଲାଇଟିସ୍‌ ନୁହେଁ ଜିଲ୍ଲାରେ ଏନ୍‌ସେଫାଲୋପାଥିରେ ମଧ୍ୟ ଶିଶୁଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ତା’ର ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ କହିଛି। ରିପୋର୍ଟ ଅନୁସାରେ ବଣ ଚାକୁଣ୍ଡା ଫଳ ଖାଇବା ଯୋଗୁଁ ଏନ୍‌ସେଫାଲୋପାଥିରେ ଆକ୍ରାନ୍ତ ହୋଇ ଶିଶୁଙ୍କ ମୃତ୍ୟୁ ଘଟିଛି। ୫ଟି ନମୁନା ପରୀକ୍ଷା ପାଇଁ ଲକ୍ଷ୍ନୌ ପଠାଯାଇଥିଲା। ସବୁ ନମୁନାରେ ବଣ ଚାକୁଣ୍ଡାରେ ଥିବା ଟକ୍‌ସିନ ରହିଥିବା ପ୍ରମାଣ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story