ପ୍ରଶାସନ କଲା ନି ଜମି ବିବାଦର ସମାଧାନ: ୧୩୫ ଟଙ୍କା ନେଇ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଗଲେ  ବୃଦ୍ଧା

ବାଲେଶ୍ୱର: ଜମି ବିବାଦର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ଭିକ୍ଷା କରିବାକୁ ଦିଲ୍ଲୀ ଯାଇଛନ୍ତି ଜଣେ ବୃଦ୍ଧା ଓ ତାଙ୍କ ଭିନ୍ନକ୍ଷମ ପୁଅ।  ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ କୁପାରୀ ଗାଁର କମଳା ନାୟକ ତାଙ୍କ ପୁଅଙ୍କ ସହ ଦିଲ୍ଲୀ ଯାଇଛନ୍ତି। ତାଙ୍କ ନିଜସ୍ୱ ଜମିକୁ ଜଣେ ପଡ଼ୋଶୀ ଜବର ଦଖଲ କରି ରଖିଥିବା ଅଭିଯୋଗରେ ସେ ପୂର୍ବରୁ ବହୁଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।  ସେଥିରୁ କିଛି ସୁଫଳ ନ ମିଳିବାରୁ […]

Pm

Pm

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 11:28 AM IST

Sports

Latest News

ବାଲେଶ୍ୱର: ଜମି ବିବାଦର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ଭିକ୍ଷା କରିବାକୁ ଦିଲ୍ଲୀ ଯାଇଛନ୍ତି ଜଣେ ବୃଦ୍ଧା ଓ ତାଙ୍କ ଭିନ୍ନକ୍ଷମ ପୁଅ।  ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ କୁପାରୀ ଗାଁର କମଳା ନାୟକ ତାଙ୍କ ପୁଅଙ୍କ ସହ ଦିଲ୍ଲୀ ଯାଇଛନ୍ତି। ତାଙ୍କ ନିଜସ୍ୱ ଜମିକୁ ଜଣେ ପଡ଼ୋଶୀ ଜବର ଦଖଲ କରି ରଖିଥିବା ଅଭିଯୋଗରେ ସେ ପୂର୍ବରୁ ବହୁଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।  ସେଥିରୁ କିଛି ସୁଫଳ ନ ମିଳିବାରୁ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ କମଳା।  ଚିଠି ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ବିବାଦର ସମାଧାନ କରି ତୁରନ୍ତ ଜଣାଇବାକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ନିର୍ଦ୍ଦେଶ ଆସିଥିଲା।

ଏହାପରେ ଅତିରିକ୍ତ ତହସିଲଦାର ତାଙ୍କ ଜମି ମାପଚୁପ କରିଥିଲେ ମଧ୍ୟ ସେ ସମ୍ପର୍କିତ କୌଣସି ତଥ୍ୟ କମଳାଙ୍କୁ ଜଣାଇ ନ ଥିଲେ।  ତେଣୁ କମଳା ଏଥର ନିଜେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦୁଃଖ ଜଣାଇବାକୁ ଦିଲ୍ଲୀ ଯାଇଛନ୍ତି।  ସେ ସାଥିରେ ୧୩୫ ଟଙ୍କା, ୫୦୦ ଗ୍ରାମ ମୁଢ଼ି, ୨୫୦ ଗ୍ରାମ ଚିନି ଓ କେଜିଏ ଚୁଡ଼ା ନେଇ ଦିଲ୍ଲୀ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos