ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମରୁଡି ଦାଉରେ ଘାଇଲା ହୋଇଥିବା ଚାଷୀ ପାଇଁ ଏବେ ଶତ୍ରୁ ସାଜିଛି ଚକଡା ପୋକ। ମରୁଡି ସତ୍ତ୍ୱେ ଯେଉଁ କିଛି ଚାଷ ଜମିକୁ ପାଣି ମଡାଇ ଚାଷୀମାନେ ବଞ୍ଚାଇ ରଖିଥିଲେ, ତାହା ଏବେ ନଷ୍ଟ ହୋଇଯାଇଛି। ଯାହାଫଳରେ ବରଗଡ଼ ଜିଲ୍ଲାର ଚାଷୀ ଉପାୟଶୂନ ହୋଇ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରୁଛନ୍ତି। ଏହି ନିଆଁ ଏବେ ବଲାଙ୍ଗିରକୁ ଡେଇଁଛି।
ସଦର ବ୍ଳକ୍ କୁଟୁମଡୋଲା ଗାଁର ଘାସିରାମ ପଟେଲ ଓ ସଦାନନ୍ଦ ପଟେଲ ନିଜର ଦୁଇ ଏକର ଲେଖାଏଁ ଜମିରେ ଧାନ ଚାଷ କରିଥିଲେ। ମରୁଡି ପରେ କିଛି ଚାଷ ଜମିକୁ ପାଣି ମଡାଇ ବଞ୍ଚାଇ ରଖିଥିଲେ। କିନ୍ତୁ ଚକଡା ପୋକ ଲାଗି ଉକ୍ତ ଫସଲ ନଷ୍ଟ ହୋଇଯାଇଛି। ଏନେଇ ଚାଷୀମାନେ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଫଳରେ କିଛି ଉପାୟ ନପାଇ ଘାସିରାମ ଓ ସଦାନନ୍ଦ ଚାଷ ଜମିରେ ଆଜି ନିଆଁ ଲଗାଇ ଦେଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।