ଜୀବନ ହାରିଲେ ଆଉ ୨ ଚାଷୀ

କଳାହାଣ୍ଡି/ବଲାଙ୍ଗିର: ରାଜ୍ୟରେ ଚାଷୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ।  ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। କଳାହାଣ୍ଡି  ଓ ବଲାଙ୍ଗିର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ଫସଲହାନି ଓ ଋଣ ଶୁଝିବା ଚିନ୍ତାରେ କଳାହାଣ୍ଡିର ଚାଷୀ ନଳିନ୍ଦ୍ର ରଣା ଏବଂ ବଲାଙ୍ଗିରର ଚାଷୀ ଭୀମରାଜ ମେହେର ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।  ମୃତ ନଳିନ୍ଦ୍ର ରଣାଙ୍କ ଘର କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ ଘୋଟିଆ ଗାଁରେ। […]

farmer

farmer

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 08:00 AM IST

Sports

Latest News

କଳାହାଣ୍ଡି/ବଲାଙ୍ଗିର: ରାଜ୍ୟରେ ଚାଷୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ।  ଆଜି ପୁଣି ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। କଳାହାଣ୍ଡି  ଓ ବଲାଙ୍ଗିର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ଫସଲହାନି ଓ ଋଣ ଶୁଝିବା ଚିନ୍ତାରେ କଳାହାଣ୍ଡିର ଚାଷୀ ନଳିନ୍ଦ୍ର ରଣା ଏବଂ ବଲାଙ୍ଗିରର ଚାଷୀ ଭୀମରାଜ ମେହେର ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

 ମୃତ ନଳିନ୍ଦ୍ର ରଣାଙ୍କ ଘର କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ ଘୋଟିଆ ଗାଁରେ। ମରୁଡ଼ି ଯୋଗୁଁ ଫସଲ ଉଜୁଡ଼ି ଯିବାରୁ କିଛିଦିନ ହେବ  ନଳିନ୍ଦ୍ର  ଚିନ୍ତାରେ ଥିଲେ। ଗତ ୧୫ ତାରିଖରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥାବସ୍ଥା ଜଟିଳ ହେବାରୁ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି।  ମୃତ ନଳିନ୍ଦ୍ର ଚଳିତବର୍ଷ ୩ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ୩୦ ହଜାର ଟଙ୍କାର ହାତ ଉଧାରି କରିଥିଲେ।

ସେହିଭଳି ବଲାଙ୍ଗିର ଜିଲ୍ଳା ବଙ୍ଗମୁଣ୍ଡା ବେଲପଡ଼ା ଗାଁର ଚାଷୀ ଭୀମରାଜ ମେହେର ବୁଧବାର  ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡ଼ିଆଳ ମିସନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ଭୀମରାଜ ୬ଏକର ଜମିରେ ଧାନ ଓ କପା ଚାଷ କରିଥିଲେ। ଏଥିପାଇଁ ସାହୁକାରଙ୍କଠାରୁ ଅଢେ଼ଇ ଲକ୍ଷ ଟଙ୍କା ଉଧାର ଆଣିଥିଲେ। ଫସଲ ନଷ୍ଟ ଯୋଗୁଁ ଧାର ଟଙ୍କା ଶୁଝିବା ଚିନ୍ତାରେ ସେ କୀଟନାଶକ ପିଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos