କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): କେନାଲ ପାଖରେ ଜମି ରହିଛି। କେନାଲରେ ପାଣି ମଧ୍ୟ ରହିଛି। ମାତ୍ର ଜମିରେ ପାଣି ମାଡ଼ିପାରୁ ନାହିଁ। ଏହାକୁ ନେଇ ମାନସିକ ଚାଷରେ ଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଲେମ୍ୱୁପାଳ ଗାଁର ବାସୁ ହେମ୍ୱ୍ରମ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।
ବାସୁଙ୍କ ପରିବାର କହିଲେ ସ୍ତ୍ରୀ, ୪ ପୁଅ ଓ ୨ ଝିଅ। ଚାଷ କରି ପରିବାର ଭରଣ ପୋଷଣ କରନ୍ତି। ଚଳିତବର୍ଷ ସେ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ୩୦,୦୦୦ ଟଙ୍କା ହାତ ଉଧାର କରିଥିଲେ। ମାତ୍ର ବର୍ଷା ବାସୁର ମୁହଁରୁ ହସ ଛଡ଼ାଇ ନେଲା। ରେଙ୍ଗାଳି କେନାଲ ପାଖରେ ଥିବା ସତ୍ତ୍ୱେ ଜମିରେ ପାଣି ମଡ଼ାଇ ପାରିଲେ ନାହିଁ। ଏହାକୁ ନେଇ ପରିବାର ମଧ୍ୟରେ ବହୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଗତ ମଙ୍ଗଳବାର ବାସୁ ବିଷ ପିଇ ଦେଇଦେଇଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକେ ତାଙ୍କୁ କାମାକ୍ଷାନଗଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।