ସୁନ୍ଦରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ସୁନ୍ଦରଗଡ଼: ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଫସଲହାନି ଓ ଋଣଭାର କାରଣରୁ ସୁନ୍ଦରଗଡ଼ ସଦର ଥାନା ଫଗୁଡାପଡାର ଚାଷୀ ବିଜୟ ନାୟକ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ସେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରୁ ରଣ ନେଇଥିବା ବେଳେ ଚାଷ ନଷ୍ଟ ହେବାରୁ ଚିନ୍ତା ଗ୍ରସ୍ତ ଥିଲେ। ସେ ପାଖପାଖି ୪ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ସବୁ ଫସଲ ନଷ୍ଟ ହୋଇଯାଇଛି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।