ଚାଷୀ ଆତ୍ମହତ୍ୟାର ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣାଗୁଡ଼ିକର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କଲା ବିରୋଧୀ ବିଜେପି । ରାୟଗଡ଼ା ତଥା ଅନ୍ୟ କିଛି ଜିଲ୍ଲାର ମରୁଡ଼ିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହି ଦାବି କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ବିଜୟ କହିଛନ୍ତି, ଚାଷୀ ଆତ୍ମହତ୍ୟା ନେଇ ଜିଲ୍ଲାପାଳମାନଙ୍କର ରିପୋର୍ଟ ଗୁଡ଼ିକ ନିରପେକ୍ଷ ନୁହେଁ।  ଜିଲ୍ଲାପାଳମାନଙ୍କ ରିପୋର୍ଟଗୁଡ଼ିକ କାହିଁକି ନିରପେକ୍ଷ […]

bijaymohapatra

bijaymohapatra

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 10:35 AM IST

[caption id="attachment_44231" align="alignleft" width="300"]bijaymohapatra ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଜୟ ମହାପାତ୍ର[/caption]

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଚାଷୀ ଆତ୍ମହତ୍ୟା ଘଟଣାଗୁଡ଼ିକର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କଲା ବିରୋଧୀ ବିଜେପି । ରାୟଗଡ଼ା ତଥା ଅନ୍ୟ କିଛି ଜିଲ୍ଲାର ମରୁଡ଼ିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହି ଦାବି କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ବିଜୟ କହିଛନ୍ତି, ଚାଷୀ ଆତ୍ମହତ୍ୟା ନେଇ ଜିଲ୍ଲାପାଳମାନଙ୍କର ରିପୋର୍ଟ ଗୁଡ଼ିକ ନିରପେକ୍ଷ ନୁହେଁ।  ଜିଲ୍ଲାପାଳମାନଙ୍କ ରିପୋର୍ଟଗୁଡ଼ିକ କାହିଁକି ନିରପେକ୍ଷ ନୁହେଁ ତାହା ସରକାର ଭଲ ଭାବେ ଜାଣିଛନ୍ତି। ଜିଲ୍ଲାପାଳମାନେ କ୍ଷେତ୍ର ପରିଦର୍ଶନ କରି ନାହାନ୍ତି। ବସିବସି ରିପୋର୍ଟ ତିଆରି କରିଛନ୍ତି। କେବଳ ବିଚାର ବିଭାଗୀୟ ତଦନ୍ତ ପରେ ହିଁ ଚାଷୀ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ। ତେଣୁ ଆମ ଦଳ ବିଚାର ବିଭାଗୀୟ ତଦନ୍ତ ଦାବି କରୁଛି।

ଦକ୍ଷିଣ ଓଡ଼ିଶାରେ ମରୁଡ଼ି ସ୍ଥିତି ଦେଖି ଫେରିଥିବା ବିଜୟ କହିଛନ୍ତି ଯେ ରାୟଗଡ଼ା, କନ୍ଧମାଳ ଓ ଗଜପତିରେ ମରୁଡ଼ି ସ୍ଥିତି ଗମ୍ଭୀର ରହିଛି। ଏହି ତିନିଟି ଜିଲ୍ଲାର ୧୪ଟି ବ୍ଲକରେ ମରୁଡ଼ି ସ୍ଥିତି ସାଂଘାତିକ। ଏହି ସମସ୍ତ ବ୍ଲକକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହିତ ଋଣଛାଡ଼ କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ସ୍ଥାନଗୁଡ଼ିକରେ ଏଯାଏଁ ପ୍ରଶାସନ ପହଞ୍ଚି ପାରି ନାହିଁ।

ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ମରୁଡ଼ି ଅଞ୍ଚଳର ଚାଷୀମାନଙ୍କ ପାଇଁ ସରକାର ସଂପୂର୍ଣ୍ଣ ଋଣଛାଡ଼ କରନ୍ତୁ। ତା’ହେଲେ ଫସଲ ହାନି ଓ ଋଣବୋଝ ଯୋଗୁଁ ଯନ୍ତ୍ରଣାରେ ଥିବା ଚାଷୀ  ଟିକେ ଆଶ୍ୱସ୍ତ ହେବେ। ବଞ୍ଚିବା ପାଇଁ ଚାଷୀକୁ ନୂଆ ରାହା ମିଳିବ।

ମରୁଡ଼ି ସ୍ଥିତି ନେଇ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼ ସରକାର ମରୁଡି ରିପୋର୍ଟ କେନ୍ଦ୍ରକୁ ଦେଇ ସାରିଲେଣି। କିନ୍ତୁ ଓଡ଼ିଶା ସରକାର ଏଯାଏଁ ରିପୋର୍ଟ ଦେଇ ନାହାନ୍ତି।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ ସରକାର ଅନେକ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିଛନ୍ତି। ଆବଶ୍ୟକ ହେଲେ ସରକାର କେବେ ହେଲେ ଏଥିରୁ ବିରତ ହେବେ ନାହିଁ। କିନ୍ତୁ ଏତେ ଗୁଡିଏ ଚାଷୀ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ କରା ଗଲେ ପୂରା ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହେବ। ତା’ଛଡ଼ା ରିଲିଫ୍ କୋଡ୍ ନିୟମ ଅନୁଯାୟୀ ଏକ୍ଷେତ୍ରରେ ଜିଲ୍ଲାପାଳମାନଙ୍କୁ ହିଁ ପ୍ରଥମେ ରିପୋର୍ଟ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story