ରାଇସିନାରେ ସରି ଆସୁଛି ରାତି: ବିଦାୟୀ ଭାଷଣରେ ସଂସଦକୁ ଝୁରିଲେ ପ୍ରଣବ, ଆଡ଼ଭାନିଙ୍କୁ ଗୁରୁ ମାନିଲେ  

ନୂଆଦିଲ୍ଲୀ: ୧୯୬୯ରୁ ୨୦୧୭। ୬ ଦଶନ୍ଧିର ରାଜନୀତି। ଏକ ଲମ୍ବା ଯାତ୍ରା। କେବେ ରାଜ୍ୟସଭା ତ’ କେବେ ଲୋକସଭା। ପୁଣି କେବେ ବୈଦେଶିକ ମନ୍ତ୍ରୀ ତ’ ଆଉ କେବେ ଅର୍ଥମନ୍ତ୍ରୀ। ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିବା ପ୍ରଣବ ମୁଖାର୍ଜୀ କଂଗ୍ରେସର ସଙ୍କଟ ମୋଚକ ଥିଲେ। ଆଉ ଶେଷରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ରାଷ୍ଟ୍ରପତି ପଦରେ ଅଧିଷ୍ଟିତ ହୋଇଥିଲେ। ରାଜ୍ୟ ସଭାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ରାଇସିନା ହିଲ୍‌କୁ ଯାଇଥିବା ପ୍ରଣବ ମୁଖାର୍ଜୀଙ୍କର […]

pranab

pranab

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 10:54 PM IST

Sports

Latest News

ନୂଆଦିଲ୍ଲୀ: ୧୯୬୯ରୁ ୨୦୧୭। ୬ ଦଶନ୍ଧିର ରାଜନୀତି। ଏକ ଲମ୍ବା ଯାତ୍ରା। କେବେ ରାଜ୍ୟସଭା ତ’ କେବେ ଲୋକସଭା। ପୁଣି କେବେ ବୈଦେଶିକ ମନ୍ତ୍ରୀ ତ’ ଆଉ କେବେ ଅର୍ଥମନ୍ତ୍ରୀ। ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିବା ପ୍ରଣବ ମୁଖାର୍ଜୀ କଂଗ୍ରେସର ସଙ୍କଟ ମୋଚକ ଥିଲେ। ଆଉ ଶେଷରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବି ରାଷ୍ଟ୍ରପତି ପଦରେ ଅଧିଷ୍ଟିତ ହୋଇଥିଲେ। ରାଜ୍ୟ ସଭାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ରାଇସିନା ହିଲ୍‌କୁ ଯାଇଥିବା ପ୍ରଣବ ମୁଖାର୍ଜୀଙ୍କର ଆସନ୍ତାକାଲି ରହିଛି ବିଦାୟ ଦିନ। ଆଉ ରାଷ୍ଟ୍ରପତି ପଦରୁ ଅବସର ନେଇ ଆସନ୍ତାକାଲି ପ୍ରଣବଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଏହିପରିପ୍ରେକ୍ଷୀରେ ସଂସଦର ସେଣ୍ଟ୍ରାଲ ହଲରେ ଆଜି ପ୍ରଣବ ତାଙ୍କ ବିଦାୟୀ ଭାଷଣରେ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ସଂସଦକୁ ଝୁରିଥିଲେ। ଗମ୍ଭୀର ହୋଇଥିଲା ସମଗ୍ର ପରିବେଶ। ପ୍ରଣବଙ୍କ ଭାଷଣରେ ଭାବବ୍ୟୁହଳ ହୋଇଥିଲେ ସମସ୍ତେ। ବିଦାୟ ସମ୍ବର୍ଦ୍ଧନାରେ ‌ଆଜି ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଉପରାଷ୍ଟ୍ରପତି ହମିଦ୍ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡଭାନି, ଅନ୍ୟାନ୍ୟ ଦଳର ନେତା ଓ ବିଶିଷ୍ଟ  ବ୍ୟକ୍ତିମାନେ ଉତ୍ସବରେ ସାମିଲ ହୋଇଥିଲେ।

ପ୍ରଣବ ବିଦାୟୀ ଭାଷଣରେ ନିଜର ଦୀର୍ଘ ରାଜନୈତିକ ଜୀବନ ବିଷୟରେ ଉଲ୍ଲେଖ କରିଥିଲେ। ଲୋକସଭା ଓ ରାଜ୍ୟସଭାରେ ନିଜର ୩୭ ବର୍ଷର ଅଭିଜ୍ଞତା ବଖାଣି ଥିଲେ। ମନମୋହନ ସିଂହ ଓ ଆଡଭାନୀଙ୍କଠାରୁ ବହୁ ପରାମର୍ଶ ପାଇଥିବା କହିଥିଲେ ପ୍ରଣବ। ଇନ୍ଦିରା ଗାନ୍ଧୀଙ୍କୁ ଆଇରନ ଲେଡି ଭାବେ ସେ ଅଭିହିତ କରିଥିଲେ। ଦେଶରେ ଏକକ ଟିକସ ବ୍ୟବସ୍ଥା (ଜିଏସଟି) ଲାଗୁ କରାଯିବାକୁ ପ୍ରଣବ ସ୍ୱାଗତ କରିଥିଲେ। ଏହା କୋଅପରେଟିଭ ଫେଡେରାଲିଜିମ୍‌ ବାର୍ତ୍ତାବହ ସାଜିଥିବା କହିଥିଲେ ପ୍ରଣବ। ସେହିପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଜଣେ ନମ୍ର ସେବକ ଭାବେ ସେ ଅବସର ନେଉଥିବା କହିଥିଲେ। ଆସନ୍ତାକାଲି ପ୍ରଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story