ଫେବ୍ରୁଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା

କଟକ: ଆସନ୍ତା ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଶୁକ୍ରବାର ଏ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦକ୍ଷ ପ୍ରସାଦ ନନ୍ଦ। ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଫେବ୍ରୁଆରୀ ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲଅପ୍ କରାଯିବ। ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନଲାଇନ୍ ଫର୍ମ ଫିଲଅପ୍ […]

dakhyanada

dakhyanada

Rakesh Mallick
  • Published: Friday, 16 October 2015
  • Updated: 16 October 2015, 12:36 PM IST

Sports

Latest News

dakhyanadaକଟକ: ଆସନ୍ତା ଫେବ୍ରୁଆରୀ ୨୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଶୁକ୍ରବାର ଏ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦକ୍ଷ ପ୍ରସାଦ ନନ୍ଦ। ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଫେବ୍ରୁଆରୀ ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲଅପ୍ କରାଯିବ। ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନଲାଇନ୍ ଫର୍ମ ଫିଲଅପ୍ କରାଯିବ। ଏଥର ଯେଉଁ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେବେ ସେମାନେ ନବମ ଶ୍ରେଣୀରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିଥିଲେ। ସେମାନଙ୍କ ଡାଟା ବୋର୍ଡ ପାଖରେ ରହିଛି। ଇଣ୍ଡିଆରେଜଲ୍ଟସ ଡଟକମକୁ ଯାଇ ସ୍କୁଲ୍ କୋଡ୍ ମାରିଲେ ଯେଉଁ ଛାତ୍ରଛାତ୍ରୀମାନେ ନବମ ଶ୍ରେଣୀରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିଛନ୍ତି ସେମାନଙ୍କ ତାଲିକା ଦେଖାଯିବ। ଯେଉଁ ପିଲାମାନେ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ୍ କରିବେ ସେମାନେ ସେଇଗୁଡ଼ିକୁ ସିଲେକ୍ଟ କରି ଦେଲେ ସେମାନଙ୍କ ଫର୍ମ ଫିଲଅପ୍ ହୋଇଯିବ। ପରୀକ୍ଷା ପାଇଁ ଆବଶ୍ୟକ ଫି’କୁ ବ୍ୟାଙ୍କରେ ଜମା କରି ଚାଲାଣ ଦ୍ୱାରା ୱେବସାଇଟରେ ଥିବା ଜର୍ଣ୍ଣାଲ୍ ଆଇକନରେ ଅପଲୋଡ୍ କରିବାକୁ ହେବ।

ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି, ଫେବ୍ରୁଆରୀ ୨୨ରୁ ଆରମ୍ଭ ହେବାକୁ ଥିବା  ମାଟ୍ରିକ୍ ପରୀକ୍ଷା  ପାଇଁ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରମାନେ ଅନଲାଇନରେ ଫର୍ମ ଫିଲଅପ୍ କରିବେ। ତେବେ କରେସପଣ୍ଡେଣ୍ଟରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀମାନଙ୍କ ପାଇଁ ଅଫ୍ ଲାଇନରେ ଫର୍ମ ପିଲଅପ୍ ବ୍ୟବସ୍ଥା କରାଯାଇଛି। ସେମାନେ ନିକଟସ୍ଥ ଜୋନ୍ ଅଫିସରେ ଯାଇ ଫର୍ମ ପୂରଣ କରିବେ। ସେହିପରି ମଧ୍ୟମା ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅଫ୍ ଲାଇନରେ ଫର୍ମ ପୂରଣ କରିବେ। ସେମାନେ  ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଜୋନ୍ ଅଫିସଗୁଡ଼ିକରେ ଫର୍ମ ପୂରଣ କରିବେ।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ ଆଜିଠାରୁ ଏ ଘୋଷଣା କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲଗୁଡ଼ିକର ପ୍ରଧାନଶିକ୍ଷକ, ବିଇଓ ଓ ଡିଇଓମାନଙ୍କୁ ଆଗୁଆ ସଚେତନ କରି ଦେବା। ଆଗକୁ ପୂଜା ଛୁଟି ପଡୁଛି। ଛୁଟି ପରେ ଅକ୍ଟୋବର ୨୮ରୁ ଆରମ୍ଭ ହୋଇଯିବ ଫର୍ମ ଫିଲଅପ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos