ଫେବୃଆରୀ ୨ରେ କଂଗ୍ରେସର ଯୁବ ଗର୍ଜନ ସମାବେଶ

congressଭୁବନେଶ୍ୱର: ଫେବୃଆରୀ ୨ରେ କଂଗ୍ରେସର ଯୁବ ଗର୍ଜନ ସମାବେଶ ଅନୁଷ୍ଠିତ ହେବ।ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିଶାଳ ସମାବେଶ କରାଯିବ। ଏନେଇ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନୂଆ ନିଯୁକ୍ତି ନ ହେବା, ଚାଷୀ ଆତ୍ମହତ୍ୟା, ରାସନକାର୍ଡ କେଳେଙ୍କ।ରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ବିରୋଧରେ ଏହି ସମାବେଶ ହେବ ବୋଲି ଯୁବ କଂଗ୍ରେସ ସଭାପତି କହିଛନ୍ତି।

ସମାବେଶରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ୍, ଏଆଇସିସି ମୁଖପାତ୍ର ମନୀଷ ତିୱାରୀ, ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଝା, ସର୍ବଭାରତୀୟ ଯୁବ କଂଗ୍ରେସ କମିଟି ସଭାପତି ଅମରିନ୍ଦର ସିଂ ରାଜା ବରାର୍ ଓ ସର୍ବଭାରତୀୟ ଯୁବ କଂଗ୍ରେସ କମିଟି ଇନଚାର୍ଜ ସୁରଜ ହେଗଡେ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।