ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ନ ଥିଲେ।  ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲେ। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। କେବଳ ଏକ ଡିଜିଟାଲ୍ ଘଣ୍ଟା ଜଳି ଯାଇଥିବା ବେଳେ ଟିଭିର ଅଳ୍ପ କ୍ଷତି ହୋଇଛି। ଅଗ୍ନିଶମ କର୍ମଚାରୀ ନିରଞ୍ଜନ […]

fire-in-cm-chamber

fire-in-cm-chamber

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:09 AM IST

Sports

Latest News

fire-in-cm-chamberଭୁବନେଶ୍ୱର: ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ବେଳେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ନ ଥିଲେ।  ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲେ। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। କେବଳ ଏକ ଡିଜିଟାଲ୍ ଘଣ୍ଟା ଜଳି ଯାଇଥିବା ବେଳେ ଟିଭିର ଅଳ୍ପ କ୍ଷତି ହୋଇଛି।

ଅଗ୍ନିଶମ କର୍ମଚାରୀ ନିରଞ୍ଜନ ନାୟକ କହିଛନ୍ତି,“ସର୍ଟ ସର୍କିଟ୍ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରାଯାଇଛି। ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।”

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ନିଆଁ ଲାଗିବା ଖବର ପାଇବା ମାତ୍ରେ ବିଧାନସଭା କର୍ମଚାରୀଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଧାୟକ ଦେବାଶିଷ ନାୟକ ପ୍ରମୁଖ ସେଠାରେ ପହଞ୍ଚିଥିଲେ।

ବିଧାୟକ ଦେବାଶିଷ ନାୟକ କହିଛନ୍ତି,“ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ଏଥିରେ କେବଳ ପ୍ରକୋଷ୍ଠରେ ଥିବା ଏକ ଟିଭି, ଏକ ସେଟ୍‌ଅପ୍ ବକ୍ସ ଓ ଲାଗିଥିବା ପ୍ଲାଇର କିଛି ଅଂଶ ନଷ୍ଟ ହୋଇଛି। ପ୍ରକୋଷ୍ଠର ଅନ୍ୟ ସବୁ ଜିନିଷ ଅକ୍ଷତ ରହିଛି।”

ଘଟଣାସ୍ଥଳରେ ପୋଲିସ୍ ଡିଜି କେ.ବି ସିଂହ ଓ ପୋଲିସ୍ କମିଶନର ୱାଇ.ବି  ଖୁରାନିଆ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ବାଚସ୍ପତି ନିରଞ୍ଜନ ପୂଜାରୀ ମଧ୍ୟ ଘଟଣାସ୍ଥଳରେ ପହିଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।

ଡିଜିପି କହିଛନ୍ତି,“ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ଜିଇଡି ବିଭାଗ ବିଶେଷଜ୍ଞ ଏହାର ଅନୁଧ୍ୟାନ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos