ଡେଙ୍ଗୁରେ ଜଣଙ୍କ ମୃତ୍ୟୁ

କଟକ: ସ୍ୱାଇନ ଫ୍ଲୁ ପରେ ଡେଙ୍ଗୁ ଜ୍ୱର।  ଏହା ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ରାଜ୍ୟରେ ସ୍ୱାଇନ ଫ୍ଲୁରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କଟକ ଏସସିବି ମେଡିକାଲରେ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିହାରର ସୋମ ପ୍ରକାଶ ମିଶ୍ର।

ଗତକାଲି ସୋମ ପ୍ରକାଶ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁରେ ଏହା ପ୍ରଥମ ମୃତ୍ୟୁ।