ମୁଣ୍ଡୁଳିରେ ଆଜି ପ୍ରବେଶ କରିବ ଏବର୍ଷର ପ୍ରଥମ ବନ୍ୟା ଜଳ: ଆତଙ୍କିତ ନଦୀକୂଳବାସୀ

କଟକ: ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଏବର୍ଷର ପ୍ରଥମ ବନ୍ୟା ଜଳ ଆଜି ପୂର୍ବାହ୍ନ ୧୦ଟା ପରେ କଟକ ମୁଣ୍ଡୁଳି ବ୍ୟାରେଜରେ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି।  ତେଣୁ ମହାନଦୀ ମଧ୍ୟକୁ ନ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି।  ଏପଟେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି।  ମଥାନଠାରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ସୁବର୍ଣ୍ଣରେଖାର ଜଳେଶ୍ୱରଠାରେ ଅଧିକ ରହିଛି। […]

flood

flood

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 08:00 AM IST

Sports

Latest News

କଟକ: ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଏବର୍ଷର ପ୍ରଥମ ବନ୍ୟା ଜଳ ଆଜି ପୂର୍ବାହ୍ନ ୧୦ଟା ପରେ କଟକ ମୁଣ୍ଡୁଳି ବ୍ୟାରେଜରେ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି।  ତେଣୁ ମହାନଦୀ ମଧ୍ୟକୁ ନ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି।  ଏପଟେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି।  ମଥାନଠାରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ସୁବର୍ଣ୍ଣରେଖାର ଜଳେଶ୍ୱରଠାରେ ଅଧିକ ରହିଛି।

ସେହିପରି ବୁଢାବଳଙ୍ଗ ନଦୀର ଏନଏଚ୍ -୫ଠାରେ ଜଳପତ୍ତନ ଅଧିକ ରହିଥିବା ଜଣାପଡ଼ିଛି।  କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ମଧ୍ୟ ବୈତରଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି।  ଫଳରେ ଏଠିକାର ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କ ମଧ୍ୟର ଛନକା ପଶିଛି।  ସମ୍ଭାବ୍ୟ ବାନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ।  ବିଭିନ୍ନ ସ୍ଥାନକୁ ଏନ୍‌ଡିଆର୍‌ଏଫ୍ ଓ ଓଡ୍ରାଫ ଟିମ୍ ପଠାଯାଇଛି।  ଅଗ୍ନିଶମ କର୍ମଚାରୀ ବି ପ୍ରସ୍ତୁତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos