ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍‌: ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଡ୍ୟାମର ପ୍ରଥମ ସ୍ଲୁଇସ ଗେଟ୍ ଖୋଲିଛି। ଏହାସହ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀଙ୍କୁ ଛଡ଼ାଯାଇଛି। ଆଜି ସକାଳେ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ୭ ନମ୍ବର ସ୍ଲୁଇସ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଛି। ଆଜି ଆଉ ଗୋଟିଏ ଗେଟ୍ ମଧ୍ୟ ଖୋଲାଯିବା ସମ୍ଭାବନା ରହିଛି।

ବର୍ତ୍ତମାନ ହୀରକୁଦ ଡ୍ୟାମର ଜଳସ୍ତର ୬୦୭.୬୦ ଫୁଟ୍ ରହିଛି। ସେକେଣ୍ଡକୁ ଡ୍ୟାମ ମଧ୍ୟକୁ ୯୭ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି।

ଅନ୍ୟପକ୍ଷରେ ବିଭିନ୍ନ ଦାବି ନେଇ ଡ୍ୟାମର କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି। ଖାଲି ପଦବୀ ପୂରଣ ସହ କର୍ମଚାରୀଙ୍କ ପଦୋନ୍ନତି ଦାବି ଉଠାଇଛନ୍ତି କର୍ମଚାରୀ।