ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପାଇଁ ରୁଲସ ଫ୍ରେମ୍ କରିପାରି ନାହାନ୍ତି ରାଜ୍ୟ ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପାଇଁ ରାଜ୍ୟ ସରକାର ରୁଲସ ଫ୍ରେମ୍ କରିପାରି ନାହାନ୍ତି। ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ଏହା ସହ ରିଡ୍ରେସାଲ୍ କମିଟି ଓ ଜିଲ୍ଲାସ୍ତରରେ କମିଶନ ଗଠନ କରାଯାଇନି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଖାଦ୍ୟ ସୁରକ୍ଷା ପରି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ନିଜସ୍ୱ ଯୋଜନା କହିବାରୁ ନିବୃତ୍ତ ରହୁ ବୋଲି ସେ କହିଛନ୍ତି। ସେହିପରି ଆଦିବାସୀ ହେଷ୍ଟଲରେ ରହୁଥିବା […]

bijay

bijay

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 09:54 AM IST

Sports

Latest News

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପାଇଁ ରାଜ୍ୟ ସରକାର ରୁଲସ ଫ୍ରେମ୍ କରିପାରି ନାହାନ୍ତି। ରବିବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ଏହା ସହ ରିଡ୍ରେସାଲ୍ କମିଟି ଓ ଜିଲ୍ଲାସ୍ତରରେ କମିଶନ ଗଠନ କରାଯାଇନି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଖାଦ୍ୟ ସୁରକ୍ଷା ପରି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ନିଜସ୍ୱ ଯୋଜନା କହିବାରୁ ନିବୃତ୍ତ ରହୁ ବୋଲି ସେ କହିଛନ୍ତି। ସେହିପରି ଆଦିବାସୀ ହେଷ୍ଟଲରେ ରହୁଥିବା ଅନ୍ତେବାସୀ, ସାମାଜିକ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ୮୮ ପ୍ରତିଶତ ଲୋକ ଓ ମଧ୍ୟାହ୍ନ ଭୋଜନ ଏହି ଯୋଜନାରେ ଅନ୍ତଭୁର୍କ୍ତ କରାଯାଇଛି କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ବିଜୟ।

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ସେ କହିଛନ୍ତି, ଗତ ୪ ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରି ନପାରିବାରୁ ୬ହଜାର କୋଟି ଫେରିଛି। ୨୦୧୩- ୧୪ରେ ବଜେଟରେ ହୋଇଥିବା ବ୍ୟୟ ବରାଦରୁ ୧୨ ହଜାର ୭୫୫ କୋଟି ଖର୍ଚ୍ଚ ହୋଇନି। ୭୯୩୯ କୋଟିର ୟୁ.ସି ଦେଇନାହାଁନ୍ତି ରାଜ୍ୟ ସରକାର।

ବିଜୟ ମହାପାତ୍ରଙ୍କ ଏଭଳି ମନ୍ତବ୍ୟର ପ୍ରତିକ୍ରିୟା ରଖିଛି ବିଜେଡି। ଦଳୀୟ ନେତା ଶଶିଭୂଷଣ ବେହେରା କହିଛନ୍ତି ଯେ ରାଜ୍ୟ ବିଜେପି କେନ୍ଦ୍ରର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛି। ରାଜ୍ୟ ବିଜେପିର ପ୍ରଶ୍ନର ଜବାବ ଦେବାକୁ ସରକାର ବାଧ୍ୟ ନୁହଁନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ନେଇ କେନ୍ଦ୍ର ସ୍ପଷ୍ଟୀକରଣ ମାଗିଲେ ରାଜ୍ୟ ସରକାର ଉତ୍ତର ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos