ବ୍ରହ୍ମପୁର: ଫୁଟବଲ୍ ମ୍ୟାଚ୍ ବେଳେ କନଷ୍ଟେବଲଙ୍କ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟାଡିୟମରେ ଆଜି ଜିଲ୍ଲା ଫୁଟବଲ୍ ଲିଗ୍ ଫାଇନାଲ୍ ମ୍ୟାଚ୍ ଖେଳ ବେଳେ ଘଟିଛି ଅଘଟଣ। ମ୍ୟାଚ୍ ବେଳେ ଜଣେ କନଷ୍ଟେବଲଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଲଙ୍କ ନାଁ ଅରୁଣ କୁମାର ସାହୁ। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେ ବ୍ରହ୍ମପୁର ପୋଲିସ୍ ଟିମ୍ ପକ୍ଷରୁ ମ୍ୟାଚ୍ ଖେଳୁଥିଲେ। ମ୍ୟାଚ୍ ଚାଲିଥିବା ବେଳେ ଅରୁଣ ହଠାତ୍ ଅଚେତ ହୋଇ ପଡ଼ିଆରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସପିଟାଲ୍ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ […]

ganjammap

ganjammap

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 02:00 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଷ୍ଟାଡିୟମରେ ଆଜି ଜିଲ୍ଲା ଫୁଟବଲ୍ ଲିଗ୍ ଫାଇନାଲ୍ ମ୍ୟାଚ୍ ଖେଳ ବେଳେ ଘଟିଛି ଅଘଟଣ। ମ୍ୟାଚ୍ ବେଳେ ଜଣେ କନଷ୍ଟେବଲଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଲଙ୍କ ନାଁ ଅରୁଣ କୁମାର ସାହୁ। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେ ବ୍ରହ୍ମପୁର ପୋଲିସ୍ ଟିମ୍ ପକ୍ଷରୁ ମ୍ୟାଚ୍ ଖେଳୁଥିଲେ। ମ୍ୟାଚ୍ ଚାଲିଥିବା ବେଳେ ଅରୁଣ ହଠାତ୍ ଅଚେତ ହୋଇ ପଡ଼ିଆରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସପିଟାଲ୍ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos