୪ଲେନ ହେବ କଟକ-ଅନୁଗୋଳ ୪୨ ନମ୍ବର ଜାତୀୟ ରାଜପଥ

ନୂଆଦିଲ୍ଲୀ: ଓଡ଼ିଶାର କଟକ-ଅନୁଗୋଳ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ-୪୨ର ଚାରିଲାଇନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କମିଟି ଏହି ପ୍ରସ୍ତାବ ଉପରେ ଆଲୋଚନା କରି ଏହାକୁ ସବୁଜ ସଂକେତ ଦେଇଛନ୍ତି । ଜାତୀୟ ରାଜପଥ ବିକାଶ ପ୍ରକଳ୍ପ (ଏନଏଚଡ଼ିପି)ର ତୃତୀୟ ପର୍ଯ୍ୟାୟର ବିଓଟି (ଟୋଲ) ମୋଡ଼ରେ ଏହି ପ୍ରକଳ୍ପର ଡ଼ିଜାଇନ, ନିର୍ମାଣ, ଟୋଲ ସଂଗ୍ରହ, କାର୍ଯ୍ୟ ପରିଚାଳନା ଓ […]

ravi-shankar-prasad

ravi-shankar-prasad

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 01:03 PM IST

Sports

Latest News

ravi-shankar-prasad

ନୂଆଦିଲ୍ଲୀ: ଓଡ଼ିଶାର କଟକ-ଅନୁଗୋଳ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ-୪୨ର ଚାରିଲାଇନ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କମିଟି ଏହି ପ୍ରସ୍ତାବ ଉପରେ ଆଲୋଚନା କରି ଏହାକୁ ସବୁଜ ସଂକେତ ଦେଇଛନ୍ତି । ଜାତୀୟ ରାଜପଥ ବିକାଶ ପ୍ରକଳ୍ପ (ଏନଏଚଡ଼ିପି)ର ତୃତୀୟ ପର୍ଯ୍ୟାୟର ବିଓଟି (ଟୋଲ) ମୋଡ଼ରେ ଏହି ପ୍ରକଳ୍ପର ଡ଼ିଜାଇନ, ନିର୍ମାଣ, ଟୋଲ ସଂଗ୍ରହ, କାର୍ଯ୍ୟ ପରିଚାଳନା ଓ ହସ୍ତାନ୍ତର (ବିଓଟି/ଡ଼ିବିଏଫଓଟି) କରାଯିବ। ୪୨ ନମ୍ୱର ଜାତୀୟ ରାଜପଥର ୧୧୨ କିଲୋମିଟର ଦୀର୍ଘ କଟକ- ଅନୁଗୋଳ ସେକ୍ସନକୁ ଦୁଇରୁ ଚାରିଲେନ୍ କରାଯିବ ଓ ଏଥିପାଇଁ ମୋଟ ୧୫୭୫.୩୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଓଡିଶାର ସଡକ ଭିତ୍ତିଭୂମିର ବିକାଶ କରିବା ହେଉଛି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାର ମୁଖ୍ୟ ଉଦ୍ଦେଶ୍ୟ। ଏହାଛଡ଼ା ଏହି ସଡ଼କ ଚାରିଲେନ୍ ବିଶିଷ୍ଟ ହେଲେ ଯାତାୟାତ ପାଇଁ ଉଭୟ ଅର୍ଥ ଓ ସମୟ ହ୍ରାସ ପାଇବ। ଏହାଦ୍ୱାରା କଟକ ଓ ଅନୁଗୋଳ ମଧ୍ୟରେ ଯାନବାହନ ଚଳାଚଳରେ ଦେଖାଦେଉଥିବା ଗହଳି କମିବା ଆଶା କରାଯାଉଛି। ଏହି ସଡ଼କର ପ୍ରଶସ୍ତିକରଣ ଫଳରେ ସମ୍ପୃକ୍ତ ଅଞ୍ଚଳର ଆର୍ଥିକ-ସାମାଜିକ ବିକାଶ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ମଡେଲ କନ୍ସେସନ ଚୁକ୍ତିନାମା ଅନୁସାରେ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ୨୦୧୫ ଏପ୍ରିଲରେ ପିପିପିଏସିର ୭୨ତମ ବୈଠକରେ ୧୧୨ କିଲୋମିଟର ଦୀର୍ଘ କଟକ-ଅନୁଗୋଳ ସଡ଼କକୁ ଚାରିଥାକିଆ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos