ଚିକେନ୍ ରବି ହତ୍ୟାକାଣ୍ଡର ସାକ୍ଷୀଙ୍କୁ ଧମକ ଅଭିଯୋଗ, ରମେଶଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର: ଗିରଫ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁରର ଗୋଷାଣିନୂଆଗାଁ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଚର୍ଚ୍ଚିତ ଚିକେନ୍ ରବି ହତ୍ୟା ମାମଲାର ସାକ୍ଷୀମାନଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଗତକାଲି ଏହି ମାମଲା ରୁଜୁ ହୋଇଛି। ଆଇପିସି ଧାରା ୧୯୫ଏ, ୨୯୪, ୫୦୬ ଓ ୩୪ରେ ରମେଶ ଜେନା ଓ ଅନ୍ୟମାନଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଥିବା ବ୍ରହ୍ମପୁର ଏସପି ଆଶିଷ କୁମାର ସିଂ କହିଛନ୍ତି। […]

ramesh

ramesh

Rakesh Mallick
  • Published: Wednesday, 23 March 2016
  • Updated: 25 March 2016, 08:57 AM IST

Sports

Latest News

[caption id="attachment_75328" align="alignleft" width="300"]ashis singh ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ[/caption]

ବ୍ରହ୍ମପୁର: ଗିରଫ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ବ୍ରହ୍ମପୁରର ଗୋଷାଣିନୂଆଗାଁ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ବହୁ ଚର୍ଚ୍ଚିତ ଚିକେନ୍ ରବି ହତ୍ୟା ମାମଲାର ସାକ୍ଷୀମାନଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଗତକାଲି ଏହି ମାମଲା ରୁଜୁ ହୋଇଛି। ଆଇପିସି ଧାରା ୧୯୫ଏ, ୨୯୪, ୫୦୬ ଓ ୩୪ରେ ରମେଶ ଜେନା ଓ ଅନ୍ୟମାନଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଥିବା ବ୍ରହ୍ମପୁର ଏସପି ଆଶିଷ କୁମାର ସିଂ କହିଛନ୍ତି।

ଏସ୍‌ପି କହିଛନ୍ତି,“ଚିକେନ୍ ରବି ହତ୍ୟାକାଣ୍ଡର ସାକ୍ଷୀମାନଙ୍କୁ ରମେଶ ଜେନା ଧମକଚମକ ଦେଉଥିଲେ। ଏହି ମାମଲାରେ ମିଛ ବୟାନ ଦେବାକୁ ସାକ୍ଷୀମାନଙ୍କୁ କହୁଥିଲେ। ସେ ଏ ମାମଲାରୁ ନମୁକୁଳିଲେ ସାକ୍ଷୀମାନଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ। ରମେଶ ଜେନାଙ୍କ ନାଁ ନେଇ ଆଉ କିଛି ବ୍ୟକ୍ତି ମଧ୍ୟ ଫୋନ୍ ଯୋଗେ ସାକ୍ଷୀମାନଙ୍କୁ ବିଭିନ୍ନ ସମୟରେ ଫୋନ୍ କରି ଧମକ ଦେଉଥିଲେ। ଏପରିକି ଗତ ଫେବୃଆରୀ ୨୨ ତାରିଖରେ ରମେଶ ଜେନା କୋର୍ଟ ପରିସରରେ ସାକ୍ଷୀମାନଙ୍କୁ ମୁହାଁମୁହିଁ ଧମକ ଦେଇଥିଲେ। କିନ୍ତୁ ସାକ୍ଷୀମାନେ ଏ ସଂପର୍କରେ ଅଭିଯୋଗ କରିବାକୁ ଭୟ କରୁଥିଲେ। ତେବେ ରମେଶ ଗିରଫ ହେବା ପରେ ସେମାନଙ୍କ ସାହସ ବଢ଼ିଛି। ଜଣେ ସାକ୍ଷୀ ଆସି ଏ ସଂପର୍କରେ ଅଭିଯୋଗ କରିଛନ୍ତି। ତାଙ୍କରି ଅଭିଯୋଗ ଭିତ୍ତିରେ ରମେଶଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେହିପରି ସାକ୍ଷୀଙ୍କୁ ଫୋନରେ ଧମକଚମକ ଦେଉଥିବା ଅଭିଯୋଗରେ ଆଉ କିଛି ଲୋକଙ୍କ ନାଁରେ ଅଭିଯୋଗ କରାଯାଇଛି। ଫୋନ୍ କଲ୍‌ ସଂପର୍କରେ ସବିଶେଷ ତଥ୍ୟ ମିଳିବା ପରେ ସେମାନଙ୍କ ପରିଚୟ ମିଳିବ ବୋଲି ଆମେ ଆଶା କରୁଛୁ।”

ଜେରା ବେଳେ ରମେଶ ଜେନାଙ୍କ ବାପା ଅରକ୍ଷିତ ଓ  କର୍ପୋରେଟର ମୁରଲୀ ମୋହନଙ୍କଠାରୁ ଅନେକ ତଥ୍ୟ ମିଳିଛି ବୋଲି ଏସ୍‌ପି କହିଛନ୍ତି। ସେହିପରି ସନ୍ତୋଷ ବେହେରାକୁ ଜେରା କଲା ବେଳେ ଆର୍ମସ ଲିଙ୍କ୍ ନେଇ ଅନେକ ତଥ୍ୟ ମିଳିଛି। ଉକ୍ତ ତଥ୍ୟ ଆଧାରରେ ତଦନ୍ତ ପାଇଁ ପୋଲିସ୍‌ର ଏକାଧିକ ଟିମ୍ ବିଭିନ୍ନ ସ୍ଥାନକୁ ଯାଇଛନ୍ତି ବୋଲି ସେ କହିଛନ୍ତି।

ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ଜଗନ୍ନାଥ ପ୍ରସାଦ, ଆସିକା, ପୋଲସରା ଓ ଭଞ୍ଜନଗର ଥାନା ଅଞ୍ଚଳରୁ ୧୮ ଜଣ ଅପରାଧୀଙ୍କୁ ଗିରଫ କରାଯିବା ସହ ଦୁଇଟି ପିସ୍ତଲ ଜବତ କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ପି ଆଶିଷ କୁମାର ସିଂ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ରମେଶଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଜମି ହଡ଼ପ ଓ ମଦ ବ୍ୟବସାୟଙ୍କଠାରୁ ଦାଦା ବଟି ଆଦାୟ ଆଦି ମାମଲା ରୁଜୁ ହୋଇସାରିଛି।ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅପରାଧୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ମାର୍ଚ୍ଚ ୬ ତାରିଖରେ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ୍।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos