ସଂପର୍କୀୟ ମାମୁଙ୍କ ନାରକୀୟ କାଣ୍ଡ: ନାବାଳିକାଙ୍କ ଶେଷକୃତ୍ୟ ସମ୍ପନ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ମଧୁପୁର ଗାଁରେ ନାବାଳିକାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ନାବାଳିକାଙ୍କ ମୃତଦେହ ପୈତୃକ  ଗାଁରେ ପହଞ୍ଚିଥିଲା। ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।  ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ଆଇଜିଏଚ୍‌ରେ ହସପିଟାଲରେ ନାବାଳିକାର ମୃତ୍ୟୁ ହୋଇଥିଲା। କମେଣ୍ଟ୍ ମରାକୁ କେନ୍ଦ୍ର କରି ଗତ ୧୧ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କୁ ତାଙ୍କ ସଂପର୍କୀୟ ମାମୁ ଓ ଜଣେ ନାବାଳକ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। […]

kalahandi-1-1

kalahandi-1-1

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 01:21 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ମଧୁପୁର ଗାଁରେ ନାବାଳିକାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ନାବାଳିକାଙ୍କ ମୃତଦେହ ପୈତୃକ  ଗାଁରେ ପହଞ୍ଚିଥିଲା। ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।  ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ଆଇଜିଏଚ୍‌ରେ ହସପିଟାଲରେ ନାବାଳିକାର ମୃତ୍ୟୁ ହୋଇଥିଲା।

କମେଣ୍ଟ୍ ମରାକୁ କେନ୍ଦ୍ର କରି ଗତ ୧୧ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କୁ ତାଙ୍କ ସଂପର୍କୀୟ ମାମୁ ଓ ଜଣେ ନାବାଳକ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା।

ନର୍ଲା ଥାନା ପୋଲିସ୍ ଏହି ମାମଲାରେ ପୀଡ଼ିତାଙ୍କ ସଂପର୍କୀୟ ମାମୁ ବୁଲୁ ଦାସ ଓ ତାର ସହଯୋଗୀ ସାନ ସାହୁ ସମେତ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟମାନେ ହେଉଛନ୍ତି ବୁଲୁ ଓ ସାନର ବାପାମା’। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। କ୍ରାଇମ୍‌ବ୍ରାଞ୍ଚ ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ମଧ୍ୟ ରେକର୍ଡ କରିଛି।  ଗିରଫ  ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଆଜିଠୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି। ଘଟଣାର କାରଣ ଓ ଅନ୍ୟ କାହାର ଏଥିରେ ସଂପୃକ୍ତି ରହିଛି କି ନାହିଁ ଜାଣିବାକୁ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ନାବାଳିକା ଜଣଙ୍କ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ବୁଲୁ ଓ ସାନ ତାଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ୍ କରିଥିଲେ। ସେ ସେଠାରୁ ଫେରି ଆସି ତାଙ୍କ ମା’ଙ୍କୁ ସବୁ କଥା କହିଥିଲା। ତାଙ୍କ ମା’ ବୁଲୁ ଓ ସାନଙ୍କୁ ଏ ବିଷୟରେ ପଚାରିଥିଲେ। ତେବେ ସେମାନେ ଓଲଟି ତାଙ୍କୁ ଧମକ ଦେଇଥିଲେ ଓ ପାଟି ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ସାନର ମା’ ମଧ୍ୟ ଧମକଚମକ ଦେଇଥିଲେ। ସେଦିନ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଝିଅଟିର ବାପାମା’ ଘରେ ନ ଥିବା ବେଳେ ସାନ ଓ ବୁଲୁ ଘରେ ପଶି ତା’ର ପାଟି ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos