ଗହମ ବଦଳରେ ଚାଉଳ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିଜେଡିର ରାଜ୍ୟବ୍ୟାପି ବିକ୍ଷୋଭ

ଭୁବନେଶ୍ୱର: ରାସନକାର୍ଡରେ ଗହମ ବଦଳରେ ଚାଉଳ ଦେବା ପ୍ରତିବାଦରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ ଜନତା ଦଳ କୃଷକ ସାମୁଖ୍ୟ ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯାଇଛି। ଦଳ ପକ୍ଷରୁ ସବୁ ଜିଲ୍ଲାର ସଦର ମହକୁମାରେ ଧାରଣା ଦିଆଯାଇଛି। ଏଥିସହ ପ୍ରତିବାଦ ସଭାର ଆୟୋଜନ ହୋଇଛି। ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ରାଜ୍ୟକୁ ଅଧିକ ଚାଉଳ ପାଇଁ ଗତ ୩ ତାରିଖରେ ବିଜେଡି ବିଧାୟକମାନେ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ […]

a

a

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 09:21 AM IST

Sports

Latest News

ଭୁବନେଶ୍ୱର: ରାସନକାର୍ଡରେ ଗହମ ବଦଳରେ ଚାଉଳ ଦେବା ପ୍ରତିବାଦରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ ଜନତା ଦଳ କୃଷକ ସାମୁଖ୍ୟ ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯାଇଛି। ଦଳ ପକ୍ଷରୁ ସବୁ ଜିଲ୍ଲାର ସଦର ମହକୁମାରେ ଧାରଣା ଦିଆଯାଇଛି। ଏଥିସହ ପ୍ରତିବାଦ ସଭାର ଆୟୋଜନ ହୋଇଛି। ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି।

ରାଜ୍ୟକୁ ଅଧିକ ଚାଉଳ ପାଇଁ ଗତ ୩ ତାରିଖରେ ବିଜେଡି ବିଧାୟକମାନେ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।  ଜୁନ୍‌ ମାସରୁ ରାଜ୍ୟକୁ ଦାବି ମୁତାବକ ଚାଉଳ ଯୋଗାଇ ଦିଆଯିବ ବୋଲି ପାଶ୍ୱାନ କହିଥିଲେ।

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “କେନ୍ଦ୍ର ସରକାର ନ୍ୟାସନାଲ  ଫୁଡ୍ ସିକ୍ୟୁରିଟି  ଆକ୍ଟ  ଲାଗୁ କରିବା ପାଇଁ  ଓଡ଼ିଶାରେ  ଖାଉଟି କଣ ଚାହୁଁଛନ୍ତି ଆମେ ସର୍ଭେ  କରି ଦେଇଥିଲୁ। ଓଡ଼ିଶାରୁ ଯେଉଁ ସର୍ଭେ ହୋଇ ଯାଇଥିଲା ଏଥିରେ ୯୦ ଭାଗ ଲୋକ  ଚାଉଳ ପସନ୍ଦ କରନ୍ତି। ଏହି ସର୍ଭେ ଜରିଆରେ ଓଡ଼ିଶାକୁ ଅଧିକ  ଚାଉଳ ଆବଶ୍ୟକ ଥିବା ବେଳେ  କେନ୍ଦ୍ର ସରକାର ଆମକୁ ବାଧ୍ୟ କରୁଛି ଗହମ ଉଠାଇବା ପାଇଁ। କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଅବହେଳା କରୁଛି। ଚାଉଳକୁ ପସନ୍ଦ କରୁଥିବା ଓଡ଼ିଶାବାସୀଙ୍କ ଉପରେ ଯେଉଁ ପ୍ରକାର ଗହମର ବୋଝ ଲଦୁଛନ୍ତି ଏହା  ଏକ ଅମାନୁଷିକତା।”

ବିଜେଡିର ବରିଷ୍ଠ ନେତା ମଧୁସୂଦନ ସାହୁ କହିଛନ୍ତି, “ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼ି ଆସିଛନ୍ତି। ଓଡ଼ିଶାର ସ୍ୱାର୍ଥ ଯେତେବେଳେ ଆସିଛି ସେତେବେଳେ ବିଜେଡି ଦଳ ସ୍ୱର ଉତ୍ତୋଳନ କରିଛି। ବିଜେପି ହେଉ ବା ୟୁପିଏ ହେଉ ସବୁବେଳେ ଓଡ଼ିଶା ପାଇଁ ବୈମାତୃକ ଭାବ ପୋଷଣ କରି ଆସିଛନ୍ତି । ସର୍ଭେ ରିପୋର୍ଟ ଅନୁଯାୟୀ  ଓଡ଼ିଶାରେ ଚାଉଳ ଅଧିକ ଦରକାର ଥିବାବେଳେ ଗହମ ଅଧିକ ଦେଉଛନ୍ତି।”

ସମ୍ବଲପୁର ବିଧାୟିକ ରାଶେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, “ଓଡ଼ିଶାରେ ଅଧିକ ଲୋକ ଚାଉଳ ଉପରେ ନିର୍ଭର କରିଥାନ୍ତି। ଆମକୁ ଯେତିକି ଚାଉଳ ଦେବା  ଦରକାର  ତାହା ନ ଦେଇ ଗହମର ବୋଝ ଲଦୁଛନ୍ତି। ଗହମ ଦେବାର ଉଦ୍ଦେଶ୍ୟ ହେଉଛି ଉତ୍ତର ଓଡ଼ିଶାରେ ଯେଉଁ ଗହମ ଅଛି ତାକୁ ଆମ ଉପରେ ଲଦି  ଦେବାକୁ ଚେଷ୍ଟା କରାଯାଉଛି। ଆମର ଗହମ ଦରକାର ନାହିଁ। ଆମର ଚାଉଳ ଦରକାର।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ଚାଉଳ ପ୍ରସଙ୍ଗରେ  ବିଜେଡି ବିକ୍ଷୋଭ କରି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଜୁନ ୧ରୁ ରାଜ୍ୟକୁ କୋଟା ଅନୁସାରେ ଚାଉଳ ମିଳିବ। ବିଜେଡି ଏହି ପ୍ରହସନ କାହିଁକି କରୁଛି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story